ନାଇଜେରିଆ: ଓଭରଲୋଡିଂ ଯୋଗୁଁ ସମୁଦ୍ରରେ ବୁଡ଼ିଗଲା ନୌକା, ଶତାଧିକ ମୃତ

ନାଇଜେରିଆରେ ବଡ଼ ଧରଣର ନୌକା ଦୁର୍ଘଟଣା ଘଟିଛି । ନାଇଜର ନଦୀରେ ନୌକା ବୁଡ଼ି ୧୦୦ ଜଣ ପ୍ରାଣ ହରାଇଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଏକ ବିବାହ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ ନୌକା ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ୧୦୦ ଜଣଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି । ଉତ୍ତର-କେନ୍ଦ୍ରୀୟ ନାଇଜେରିଆ ଅନ୍ତର୍ଗତ କ୍ବାରା ଷ୍ଟେଟରେ ଏଭଳି ଦୁର୍ଘଟଣା ଘଟିଛି ।

ମୃତକଙ୍କ ମଧ୍ୟରେ ଅଧିକ ଲୋକ ସମ୍ପର୍କୀୟ ରହିଛନ୍ତି । ପଡ଼ୋଶୀ ନାଇଜର ଷ୍ଟେଟରୁ ବିବାହ ଉତ୍ସବ ସାରି ସମସ୍ତେ ଫେରୁଥିଲେ । କ୍ବାରା ଷ୍ଟେଟକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ନୌକାରେ ଅଧିକ ଲୋକ ଫେରୁଥିବାବେଳେ ଗଭୀର ସମୁଦ୍ରରେ ବିରାଟ କାଠଗଣ୍ଡି ସହ ପିଟି ହୋଇଥିଲା । ନୌକା ଦି’ଖଣ୍ଡ ହେବା ସହ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା ।

ଘଟଣାସ୍ଥଳରେ ହିଁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଅଧିକ ମୃତଦେହ ଭାସିଯାଇଥିବା ଅନୁମାନ କରାଯାଉଛି । ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ମେ’ ମାସରେ ସୋକୋତରେ ବି ଏଭଳି ଏକ ନୌକା ଦୁର୍ଘଟଣା ଘଟି ୧୫ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏବେ ପୁଣି ଥରେ ଲଗାତାର ଦ୍ୱିତୀୟ ମାସରେ ଏଭଳି ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି ।

Leave a Reply

Your email address will not be published. Required fields are marked *