କେତେ ସ୍ୱାସ୍ଥ୍ୟକର ସରକାରୀ ଅଣ୍ଡା ?

ସରକାର ଶିଶୁ ଏବଂ ଗର୍ଭବତୀ ମହିଳମାନଙ୍କର ଉତ୍ତମ ସ୍ୱାସ୍ଥ୍ୟକୁ ଚିନ୍ତାକରି  କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ଜିବନ ସହିତ ଖେଳୁଛନ୍ତି  କିଛି ଅର୍ଥଲୋଭୀ । ସରକାର ଗର୍ଭବତୀ ଓ ଶିଶୁଙ୍କୁ ଅଣ୍ଡା ଯୋଗାଇବାକୁ ଲକ୍ଷ ଲକ୍ଷ ଅଣ୍ଡା ଦେଉଥିବା ବେଳେ ଏହି ସ୍ୱାର୍ଥପର ଲୋକମାନେ କୁକୁଡା ଅଣ୍ଡା ବଦଳରେ ପ୍ଲାଷ୍ଟିକ ଅଣ୍ଡା ଯୋଗାଇ ଦେଉଥିବା ପରି   ସଙ୍ଗିନ ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସୁଛି ମୟୂରଭଞ୍ଜ ଜିଲ୍ଲା ଲୁହାକାନୀ ପଞ୍ଚାୟତ ଅଧୀନ ସାତଶଳ ଅଙ୍ଗନବାଡ଼ି କେନ୍ଦ୍ର ବିରୋଧରେ।  ସୂଚନା ଅନୁଯାୟୀ,  ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଥିବା ଅଣ୍ଡା ପ୍ଲାଷ୍ଟିକ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଉକ୍ତ ଅଣ୍ଡା ଗୁଡିକୁ ପାଣିରେ ପକାଇଲେ ସମ୍ପୁର୍ଣ୍ଣ ଭାବରେ ଭାସୁଥିବା ସହିତ ସିଝା ଅଣ୍ଡା ଗୁଡିକ ସମ୍ପୁର୍ଣ୍ଣ ରବର ଭଳିଆ ଟାଣ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଅଙ୍ଗନବାଡ଼ି ଦିଦିଙ୍କୁ ପଚାରିବାରୁ ସେ ଦୀର୍ଘ ଦିନରୁ ବିଶୋଇ ଅଞ୍ଚଳର ବନମାଳୀ ଗିରିଙ୍କ ଦୋକାନରୁ ଅଣ୍ଡା ଆଣୁ ଥିବା କହିଛନ୍ତି।   ହେଲେ ଦୋକାନୀ ଜଣକ କେଉଁଠାରୁ ଆଣି ଏହିପରି ଅଣ୍ଡା ଲୁହାକାନି ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି ।  ଅପରପକ୍ଷରେ ସ୍ୱସ୍ଥ୍ୟ ସମ୍ବନ୍ଧିତ ଏହି ଘଟଣାର ଉଚିତ ତଦନ୍ତ କରିବା ସହିତ ଅପରାଧୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *