ଆହୁରି ଭୀଷଣ ହେବ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’,ତିଥଲ ବେଳାଭୂମିକୁ ବାରଣ

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ । ଏ ନେଇ ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟା ବିପର୍ଯ୍ୟୟ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗତକାଲି ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିଲା । ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ‘ବିପର୍ଯ୍ୟୟ’ର ପ୍ରଭାବ ଗୁଜରାଟର ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବାଲ୍‌ସାଦ ଅନ୍ତର୍ଗତ ଆରବ ସାଗରର ତିଥଲ୍‌ ବେଳାଭୂମିରେ ଢେଉ ସୃଷ୍ଟି ହେଉଛି । ଜୁନ୍‌ ୧୪ ତାରିଖ ଯାଏ ତିଥଲ୍‌ ବେଳାଭୂମିକୁ ନଯିବା ପାଇଁ ପର୍ଯ୍ୟଟକମାନଙ୍କୁ ସତର୍କ କରିବା ସହ ଏହାକୁ ବନ୍ଦ ରଖାଯାଇଛି । ଏହି ବାତ୍ୟା ପ୍ରଭାବରେ ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ହୋଇପାରେ । ଆଜିଠାରୁ ଜୁନ୍‌ ୧୨ ଯାଏ ଧୀରେ ଧୀରେ ପବନର ବେଗ ବଢ଼ିବ । ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *