
ଦୁନିଆରେ ଅନେକ ରହସ୍ୟମୟ ଜିନିଷ ଦେଖିବାକୁ ମିଳିଥାଏ । ବହୁତ ଅଜବ ଜିନିଷ ଏହି ଧରିତ୍ରୀପୃଷ୍ଠରେ ରହିଛି, ଯାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ । ଆଜି ଆମେ ସେପରି ଏକ ଅଜବ କଥା ଆପଣଙ୍କୁ ଶୁଣାଇବୁ, ଯାହାକୁ ଶୁଣିଲେ ଆପଣ କହିବେ ସତରେ କଣ ଏମିତି ଅଛି । ଗୋଟିଏ ରହସ୍ୟମୟ ଗାଁ ରହିଛି ଯେଉଁଠାରେ କେବେ ବି ବର୍ଷା ହୁଏନାହିଁ । ବିଶ୍ବାସ ହେଉନଥିଲେ ବି କଥାଟି ନିରାଟ ସତ ।
ୟେମେନ୍ ରାଜଧାନୀ ସନା ଠାରେ ଏହି ଗାଁଟି ରହିଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି । ଏହି ଗାଁର ନାମ ହେଉଛି ଅଲ-ହୁତୈବ । ଏହା ଭିଷଣ ଗରମ ଅଞ୍ଚଳ । କିନ୍ତୁ, ଶିତ ଋତୁରେ ସକାଳ ଅତ୍ୟନ୍ତ ଥଣ୍ଡା ଲାଗିଥାଏ । ଗ୍ରୀଷ୍ମ ଋତୁରେ ଏଠାକାର ଲୋକମାନେ ପ୍ରବଳ ଗରମର ସମ୍ନା କରିଥାନ୍ତି । ଏତେ ଗରମ ସତ୍ତ୍ବେ ଏହି ଗାଁରେ ଜମା ବି ବର୍ଷା ହୁଏନାହିଁ । ଏପରି ହେବାର ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି ଯାହା ଅତ୍ୟନ୍ତ ଖାସ ।
ଏହି ଗ୍ରାମଟି ପୃଥିବୀ ପୃଷ୍ଠରୁ ୩,୨୦୦ ମିଟର ଉଚ୍ଚରେ ଅବସ୍ଥିତ । ସ୍ଥାନୀୟ ରିପୋର୍ଟ ମୁତାବକ ବାଦଲ ୨୦୦୦ ମିଟର ଉପରେ ସୃଷ୍ଟି ହୋଇଥାଏ । ଏହାର ଅର୍ଥ ବାଦଲ ବା ମେଘଖଣ୍ଡ ଏହି ଗାଁର ବହୁତ ତଳେ ସୃଷ୍ଟି ହୁଏ । ତେଣୁ ଏହି ଗାଁରେ ବର୍ଷା ହୋଇପାରେ ନାହିଁ । ଏଠାରେ ବର୍ଷା ହେଉନଥିଲେ ସୁଦ୍ଧା ଏଠାକାର ଲୋକେ ସ୍ବର୍ଗରେ ରହିବା ପରି ମନେକରନ୍ତି । ଏହି ଗାଁଟି ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ଅତ୍ୟନ୍ତ ଗୁରତ୍ବପୂର୍ଣ୍ଣ ସ୍ଥାନ । ଏଠାକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ହଜାର ହଜାର ଲୋକ ଏଠାକୁ ଦଉଡି ଆସନ୍ତି । ଏକ ପାହାଡର ଶୀର୍ଷରେ ଏହି ଗାଁ ଥିବାରୁ ଦେଖିବାକୁ ଖୁବ୍ ଆକ୍ରଷଣୀୟ । ଏଠାରେ ଉଭୟ ଆଧୁନିକ ଆଉ ପୂରାତନ ବାସ୍ତୁକଳା ଦେଖିବାକୁ ମିଳିଥାଏ ।