
ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକିଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କିଛି ଠିକ୍ ଚାଲୁନି । ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଯାଇଛି ଏବଂ ଉଭୟ ବର୍ତ୍ତମାନ ପରସ୍ପର ଠାରୁ ଅଲଗା ରହୁଛନ୍ତି । ନିକଟରେ ଇନଷ୍ଟାଗ୍ରାମରେ ଜଣେ ୟୁଜର ଆଲିଆଙ୍କୁ ତାଙ୍କ ସରନେମ ପରିବର୍ତ୍ତନ କରିବାକୁ କହିଥିଲେ । ସୋସିଆଲ ମିଡିଆରେ ଆଲିଆ ସେହି ଯୁଜରଙ୍କୁ ଉତ୍ତର ଦେଇଛନ୍ତି ।
ଜଣେ ବ୍ୟକ୍ତିଙ୍କ ସହ ଫୋଟୋ ସେୟାର କରି ଆଲିଆ ଏକ ଲମ୍ବା ନୋଟ୍ ଲେଖିଛନ୍ତି । ଫୋଟୋରେ ଉଭୟ ଏକ ରେଷ୍ଟୁରାଣ୍ଟରେ କଫି ପିଉଥିବାର ନଜର ଆସିଛନ୍ତି । ଆଲିଆ ଫୋଟୋ ସହିତ ଲେଖିଥିଲେ- ମୁଁ ଯେଉଁ ସମ୍ପର୍କକୁ ହୃଦୟରୁ ମାନୁଥିଲି, ସେହି ସମ୍ପର୍କରୁ ବାହାରିବା ପାଇଁ ମୋତେ ୧୯ ବର୍ଷ ସମୟ ଲାଗିଗଲା । କିନ୍ତୁ, ମୋ ଜୀବନରେ ମୋ ପିଲାମାନେ ମୋ ପାଇଁ ସର୍ବଦା ପ୍ରଥମେ ରହିବେ । ଯଦିଓ କିଛି ସମ୍ପର୍କ ବନ୍ଧୁତା ଠାରୁ ବଡ ଏବଂ ଏହି ସମ୍ପର୍କ ମଧ୍ୟ ସେହିପରି । ମୁଁ ଏହାକୁ ନେଇ ବହୁତ ଖୁସି ଅଛି ତେଣୁ, ଆପଙ୍କ ସହିତ ମୋର ଖୁସି ବାଣ୍ଟିବାକୁ ଚାହୁଁଥିଲି । କଣ ମତେ ଖୁସି ହେବାର ଅଧିକାର ନାହିଁ ?
ଜଣେ ୟୁଜର ଆଲିଆଙ୍କ ଫୋଟୋ ଉପରେ କମେଣ୍ଟ ଦେଇଛନ୍ତି- ଆପଣଙ୍କର ସରନେମ ପରିବର୍ତ୍ତନ କରନ୍ତୁ । ଆଲିଆ ଏହାର ଉତ୍ତର ଦେଲେ- ଖୁବ୍ ଶୀଘ୍ର । ଆଲିଆଙ୍କ ପୋଷ୍ଟରେ ଜଣେ ପ୍ରଶଂସକ ଲେଖିଛନ୍ତି- ହଁ, ସମସ୍ତଙ୍କର ଖୁସି ହେବାର ଅଧିକାର ଅଛି । ତୁମେ ଦୁନିଆର ସମସ୍ତ ସୁଖ ପାଇବ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି- ଭଲ ଲାଗୁଛି ଯେ ବର୍ତ୍ତମାନ ଆପଣଙ୍କୁ ଖୁସି ମିଳିଯାଇଛି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଇନଷ୍ଟାଗ୍ରାମରେ ତାଙ୍କ ଫୋଟୋ ସେୟାର କରିବା ବେଳେ ଆଲିଆ ଲେଖିଥିଲେ- ମୋର ନାମ ‘ଶ୍ରୀମତୀ ଆଲିଆ ସିଦ୍ଦିକି’, ଏହା ମତ୍ର କିଛି ଦିନ ପାଇଁ । ଯେତେବେଳେ ମୁଁ ଛାଡପତ୍ର ପାଇଯିବି, ସେତେବେଳେ ମୁଁ ମୋର ପ୍ରକୃତ ଏବଂ ପୁରୁଣା ପରିଚୟକୁ ଫେରିଯିବି । ମୁଁ ମୋର ନାମ ‘ଶ୍ରୀମତୀ ଆଲିଆ ସିଦ୍ଦିକି’ରୁ ମୋର ପ୍ରକୃତ ନାମ ‘ମିସ୍ ଅଞ୍ଜଲି କିଶୋର ପାଣ୍ଡେ’ରେ ପରିବର୍ତ୍ତନ କରିନେବି ।