ଟ୍ରେନ ନେଇଗଲା ପୁଅର ଜୀବନ, ବିହାରରୁ ବୃଦ୍ଧ ବାପାଟେ ଭୁବନେଶ୍ବର ଆସିଛି ପୁଅର ମୃତଦେହ ନେବା ପାଇଁ

ଏ କରୁଣ ଚିତ୍ର ହେଉଛି ଜଣେ ଅସହାୟ ବାପାଙ୍କର । ପୁଅ ଦିନମଜୁରିଆ କାମ ପାଇଁ ଟ୍ରେନରେ ଯାଉଥିଲା । ହେଲେ ଟ୍ରେନ ଦୁର୍ଘଟଣାର ଶିକାର ହୋଇଛି ଜାଣିପାରି ସିଧା ବିହାରରୁ ଭୁବନେଶ୍ବର ଦଉଡି ଆସିଛନ୍ତି । ହଁ ଆଜ୍ଞା ବାହାନଗା ଟ୍ରେନ ଦୁର୍ଘଟଣା ଅନେକ ଘର ଉଜାଡି ଦେଇଛି ଆଉ ଅନେକ ସଂସାର ଭାଙ୍ଗି ଦେଇଛି । ଏହି ବୃଦ୍ଧ ଜଣକ କୌଣସି କାରଣରୁ ଜଣିବାକୁ ପାଇଥିଲେ ଯେ, ତାଙ୍କ ପୁଅର ମୃତଦେହ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଅଛି । ତେଣୁ ସେ ଭାଗଲପୁରରୁ ଅତି ବିକଳ ହୋଇ ସିଧା ଧାଇଁ ଆସିଥିଲେ ଭୁବନେଶ୍ବର । ସେଠାରେ ଥିବା ଅଧିକାରୀଙ୍କୁ ନେହୁରା ହେଉଛନ୍ତି ତାଙ୍କ ପୁଅକୁ ଫେରାଇ ଦେବା ପାଇଁ । ଆଉ ଏତିକି ବେଳେ ଅତ୍ୟଧିକ ଭାବପ୍ରବଣ ହୋଇପଡିଥିଲେ ବୃଦ୍ଧ ଜଣକ ।

ଏହି ବୃଦ୍ଧ ଜଣକ ହେଉଛନ୍ତି ବିହାର ଭାଗଲପୁରର ଚୁଲାହୀ ମଣ୍ଡଳ । ତାଙ୍କ ୨୨ ବର୍ଷିୟ ପୁଅ ସର୍ମୋଦ ମଣ୍ଡଳ କରମଣ୍ଡଳ ଏକ୍ସପ୍ରେସରେ ମଜୁରୀ ଲାଗି ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ । ହେଲେ ବିଧାତାର ବିଧାନ ଥିଲା କିଛି ଅଲଗା । ବୃଦ୍ଧ ବାପାକୁ ଆଜି ଏକା କରି ଆରପାରିକୁ ଚାଲିଗଲା ରୋଜଗାରିଆ ପୁଅ ସର୍ମୋଦ । ଯେଉଁ ପୁଅ ପରିବାର ମୁହଁରେ ଦାନା ଦେଇଥାନ୍ତା ସିଏ ଆଜି ସମସ୍ତଙ୍କୁ ପର କରି ଛାଡି ଚାଲିଗଲା । ତେଣୁ ବାପା ଚୁଲାହୀ ଆଜି ଦୁଖରେ ଭାଙ୍ଗିପଡିଛନ୍ତି । ଏହି ବୃଦ୍ଧ ଅବସ୍ଥାରେ ଯେଉଁ ପୁଅ ତାର ଆଶାବାଡି ହେବା କଥା ସେହି ପୁଅର ଶବ ନେବାକୁ ଆଜି ବିହାରରୁ ଦଉଡି ଆସିଛି ବାପା ଚୁଲାହୀ । ସତରେ ଏଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ।

Leave a Reply

Your email address will not be published. Required fields are marked *