ହେବାକୁ ଯାଉଛି ସେକ୍ସ ଚାମ୍ପିୟନସିପ, ଭାଗ ନେବାକୁ ଚାହୁଁଥିଲେ କରିପାରିବେ ଆବେଦନ

ଗୋଟିଏ ପଟେ ଯେଉଁଠି ବିଶ୍ୱର ଅନେକ ଦେଶ ସେକ୍ସ ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ସଙ୍କୋଚ ଅନୁଭବ କରିଥାଏ, କିମ୍ବା ସେକ୍ସ ଶିକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦିଏନାହିଁ, ସେପରି ସ୍ଥିତିରେ ଅନେକ ଦେଶ ଏହି ପ୍ରସଙ୍ଗରେ ବହୁ ଆଗକୁ ଚାଲିଯାଇଛନ୍ତି । ଏହି ପର୍ଯ୍ୟାୟରେ ସ୍ୱିଡେନ ଇତିହାସ ସୃଷ୍ଟି କରିଛି । ସ୍ୱିଡେନ ସେକ୍ସକୁ କେବଳ ଏକ ଖେଳ ଭାବରେ ସ୍ୱୀକୃତି ଦେଇନାହିଁ, ବରଂ ଖୁବଶୀଘ୍ର ସେକ୍ସ ଚାମ୍ପିୟନଶିପ ମଧ୍ୟ କରିବାକୁ ଯାଉଛି । ଏଥିସହିତ ସ୍ୱିଡେନ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଯିଏ ସେକ୍ସକୁ ଏକ ଖେଳ ଭାବରେ ସ୍ୱୀକୃତି ଦେଇଛି ।

ବାସ୍ତବରେ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ସ୍ୱିଡେନର ଏହି ପଦକ୍ଷେପ ବିଷୟରେ ଅନେକ ଆଲୋଚନା ହେଉଛି । କୁହାଯାଇଛି ଯେ, ଜୁନ୍ ୮ରୁ ସ୍ୱିଡେନରେ ଏକ ସେକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି, ଯାହାର ନାମ ‘ସ୍ୱିଡେନ ସେକ୍ସ ଚାମ୍ପିଅନସିପ୍’ ରଖାଯାଇଛି । ୨୦ଟି ଦେଶରୁ ଅଂଶଗ୍ରହଣକାରୀ ମାନେ ଏହି ଖେଳରେ ଭାଗ ନେବାକୁ ଯାଉଛନ୍ତି । ଯେଉଁଥିପାଇଁ ସେମାନେ ମଧ୍ୟ ପଞ୍ଜୀକରଣ କରିଛନ୍ତି । ଏହି ଅଜବ ଖେଳରେ ୧୬ଟି ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରାଯାଇଛି ।

କେବଳ ସେତିକି ନୁହେଁ ଏହି ଟୁର୍ନାମେଣ୍ଟ ପାଇଁ ଅନେକ ଅନନ୍ୟ ନିୟମ ମଧ୍ୟ ତିଆରି କରାଯାଇଛି । ଅନେକ ସପ୍ତାହ ଧରି ଚାଲିବାକୁ ଥିବା ଏହି ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣକାରୀ ମାନଙ୍କୁ ପ୍ରତିଦିନ ୬ ଘଣ୍ଟା ଅଂଶଗ୍ରହଣ କରିବାକୁ ପଡ଼ିବ । ପ୍ରତିଯୋଗୀ ମନେ ମ୍ୟାଚ୍ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ୪୫ ମିନିଟ୍ ସମୟ ପାଇବେ । ବର୍ତ୍ତମାନ ଏହି ଚାମ୍ପିୟନସିପ୍ ପାଇଁ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଏହାର କାରଣ ହେଉଛି ଏହା ହେଉଛି ଦୁନିଆର ସବୁଠାରୁ ଭିନ୍ନ ଚାମ୍ପିଅନସିପ୍ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ବିଭିନ୍ନ ଦେଶରୁ ୨୦ ଜଣ ଲୋକ ଏହି ଚାମ୍ପିୟନଶିପ ପାଇଁ ଆବେଦନ କରିଛନ୍ତି । ଏଥି ସହିତ ତିନି ଜଣ ଜୁରୀ ଏବଂ ଦର୍ଶକଙ୍କ ରେଟିଂ ମାଧ୍ୟମରେ ବିଜେତା ଚୟନ କରାଯିବ । ପ୍ରତିଯୋଗୀ ମାନେ ପ୍ରତ୍ୟେକ ବିଷୟରୁ ୫ରୁ ୧୦ ମାର୍କ ମଧ୍ୟରେ ସ୍କୋର କରିପାରିବେ । ପ୍ରତିଯୋଗୀ ମାନେ ୧୬ଟି ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ଏଥିରେ ସିଡକ୍ସନ ଠାରୁ ଆରମ୍ଭ କରି ଶରୀର ମସାଜ ପର୍ଯ୍ୟନ୍ତ ଅନେକ ଜିନିଷ ଅନ୍ତର୍ଭୁକ୍ତ ।

ଆୟୋଜକ ମାନେ ଏହି ଚାମ୍ପିଅନସିପ୍ ବିଷୟରେ କହିଛନ୍ତି ଯେ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିବିଧତାକୁ ଗୁରୁତ୍ୱ ଦେବା ଏବଂ ଏହି ଚାମ୍ପିୟନସିପରେ ଯେକୌଣସି ଲିଙ୍ଗର ବ୍ୟକ୍ତିର ସାମିଲ ହେବାର ଅଧିକାର ଅଛି । ଆୟୋଜକ ମାନେ କହିଛନ୍ତି ଯେ, ଏହି ଖେଳରେ ଯୌନ ଆକର୍ଷଣ ଏକ ରଣନୀତିକ ଭୂମିକା ଗ୍ରହଣ କରିପାରିବ । ଭବିଷ୍ୟତରେ ଏହା ଅନ୍ୟ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଗ୍ରହଣ କରାଯିବ ବୋଲି ସେମାନେ ବିଶ୍ୱାସ କରନ୍ତି ।

ବର୍ତ୍ତମାନ ଏହି ଚାମ୍ପିୟନସିପକୁ ନେଇ ସାରା ବିଶ୍ୱରେ ଆଲୋଚନା ଚାଲିଛି । ଅନ୍ୟ ଏକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ଚାମ୍ପିୟନଶିପରେ କିଏ ବିଜେତା ହେବ ତାହା ବିଚାରପତି ଏବଂ ଦର୍ଶକଙ୍କ ଭୋଟ୍ ଦ୍ୱାରା ସ୍ଥିର ହେବ । କୁହାଯାଉଛି ଯେ ୩୦ ପ୍ରତିଶତ ଭୋଟ୍ ବିଚାରପତିଙ୍କ ହୋଇଥିବା ବେଲେ ୭୦ ପ୍ରତିଶତ ଭୋଟ୍ ଦର୍ଶକଙ୍କ ହେବ । ଉଭୟଙ୍କ ଭୋଟ୍ ଆଧାରରେ ବିଜେତା ଘୋଷିତ ହେବ ।

Leave a Reply

Your email address will not be published. Required fields are marked *