କରମଣ୍ଡଳ ଦୁର୍ଘଟଣା: ବହୁ ରେଳ ଚଳାଚଳ ବାତିଲ, ୯ର ରୁଟ ପରିବର୍ତ୍ତନ

ବାହାନଗା ନିକଟରେ ହୋଇଥିବା ଭୟଙ୍କର  ରେଳ ଦୁର୍ଘଟଣା ଏହି ରୁଟରେ ରେଳ ଚଳାଚଳକୁ ପ୍ରଭାବିତ କରିଛି। ବାଲେଶ୍ୱର ରୁଟରେ ଶନିବାର ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ୯ ଟ୍ରେନର ଗତିପଥରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଆଉ ୬ଟି ଟ୍ରେନର ଆଂଶିକ ରୁଟ୍ ଡାଇଭର୍ଟ ହୋଇଛି ।

ବାତିଲ ଟ୍ରେନରେ ରହିଛି  18044 ଭଦ୍ରକ-ହାୱଡା ଏକ୍ସପ୍ରେସ୍, 20890 ତିରୁପତି-ହାୱଡା ଏକ୍ସପ୍ରେସ୍, 12551 ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ,12864 ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ ,12253 ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, 08411 ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ, 08415/08416 ଜେନାପୁର-ପୁରୀ-ଜେନାପୁର, 08439 ପୁରୀ-ପାଟନା ସ୍ପେଶାଲ ,12666 କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ ,08031 ବାଲେଶ୍ୱର-ଭଦ୍ରକ ସ୍ପେଶାଲ, 08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ,08063 ଖଡଗପୁର-ଭଦ୍ରକ ସ୍ପେଶାଲ୍ ଟ୍ରେନ।

ସେହିପରି 08064 ଭଦ୍ରକ-ଖଡଗପୁର ସ୍ପେଶାଲ୍,18045 ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ,20889 ହାୱଡା-ତିରୁପତି ଏକ୍ସପ୍ରେସ,12245 ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ,12703 ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ,22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ,2896 ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍,18038 ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ, 12891 ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, 22890 ପୁରୀ-ଦୀଘା ଏକ୍ସପ୍ରେସ୍ ଓ 22889ଦୀଘା-ପୁରୀ ଏକ୍ସପ୍ରେସ୍।

ଅନ୍ୟପଟେ ଗତିପଥ ବଦଳା ହୋଇଥିବା ଟ୍ରେନ ଗୁଡ଼ିକ ହେଲା- ଜୟନଗର-ପୁରୀ ଏକ୍ସପ୍ରେସ୍ 18420 ଜଖପୁରା ଦେଇ ଯିବ। ସେହିପରି ସିଲଘଟ ଟାଉନ-ତମ୍ବାମ୍ବର ଏକ୍ସପ୍ରେସ 15630 ରାଉରକେଲା ଦେଇ ଯିବ। ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ 22644 ରାଉରକେଲା ଦେଇ ଯିବ।

ଟ୍ରେନ ଦୁର୍ଘଟଣା ହେବା ପର ଗତକାଲି ରାତି ଠାରୁ ଏବେ ଯାଏଁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମବାହିନୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।  ସନ୍ଧାନୀ କୁକୁର ସହାୟତାରେ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ମୃତାହତମାନଙ୍କୁ ବାହାର କରିବାକୁ ଚେଷ୍ଟା କରାଯାଉଛି। ଉଦ୍ଧାର କାର୍ଯ୍ୟ ସରିବାପରେ ଟ୍ରାକ୍ ମରାମତି କରାଯିବ। ଟ୍ରାକ୍ ମରାମତି ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳ ମନ୍ତ୍ରୀ ଅଶ୍ୱି ବୈଷ୍ଣବ ସୂଚନା ଦେଇଛଦନ୍ତି।   

 ଆଜି ସାରା ତାମିଲନାଡୁରେ ଦିନିକିଆ ଶୋକ ପାଳନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସୂଚନା ଦେଇଛନ୍ତି। ସେହିପରି ଆଜି ଓଡ଼ିଶାରେ ମଧ୍ୟ ଦିନିକିଆ ଶୋକ ପାଳନ କରାଯିବ। ଆଜି ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ରେଳ ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଆହତ ଯାତ୍ରୀଙ୍କୁ ଉତ୍ତମ ଚିକତ୍ସା ଯୋଗାଇଦେବାକୁ ପ୍ରୟାସ କରାଯାଉଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ। ରେଲ୍ ସେଫ୍ଟି କମିଶନ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ। ଦୁର୍ଘଟଣାର ମୂଳ କାରଣ ଖୋଜାଯିବ। ଉଦ୍ଧାର କାର୍ଯ୍ୟ ଶୀଘ୍ର ସାରି ରେଳ ଚଳାଚଳ ସ୍ୱାଭାବିକ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଲେଶ୍ୱର ଦୁର୍ଘଟଣାସ୍ଥଳୀ ପରିଦର୍ଶନା କରିବା ସହ କଟକ ମେଡିକାଲରେ ପହଞ୍ଚି ସ୍ଥିତି ପରଖିବାର ସୂଚନା ଥିବା ବେଳେ ଆଜି ପୂର୍ବାହ୍ନରେ ଗୃହମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସହ ଭର୍ଚୁଆଲମୋଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave a Reply

Your email address will not be published. Required fields are marked *