ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଅମୃତସରରୁ କାତ୍ରା ଯାଉଥିବା ଲଗଜୁରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରିଜ ଉପରୁ ଗଭୀର ଖାଇକୁ ଖସି ପଡ଼ିବାରୁ ସେଥିର ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ୫୫ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ସୂଚନା ଅନୁସାରେ ବସରେ ଥିବା ସମସ୍ତ ଯାତ୍ରୀ ବିହାରର ବାସିନ୍ଦା । ଅମୃତସରରୁ କାତ୍ରା ଯାଉଥିଲା ବସ୍ । ରାସ୍ତା ଭୁଲିଯିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ବିଳମ୍ବିତ ରାତିରେ ସ୍ଲିପର ବସ୍ ଯାତ୍ରା କରୁଥିବାରୁ ଅସାବଧାନତାରୁ ଖାଇକୁ ଗଳି ପଡ଼ିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାସ୍ଥଳରେ ଡେପୁଟି କମିଶନର ପହଞ୍ଚି ତଦାରଖ କରୁଛନ୍ତି । ପୋଲିସ,ସିଆରପିଏଫ ଯବାନଙ୍କ ସମେତ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ବସ୍ଟି ଶ୍ରଦ୍ଧାଳୁଙ୍କୁ ଧରି ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍ଟି ଗଭୀର ଖାତକୁ ଖସି ପଡ଼ିଥିଲା । ଖବର ପାଇ ପ୍ରଥମେ ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ ।