ଧାରା-୩୭୦ ନଫେରିବା ଯାଏଁ ନିର୍ବାଚନ ଲଢିବେ ନାହିଁ କହିଲେ ମେହବୁବା ମୁଫତି

ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି, ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ନଫେରିବା ଯାଏଁ ନିର୍ବାଚନ ଲଢିବେ ନାହିଁ । କାରଣ ଏହା ମୋ ପାଇଁ ଏକ ଭାବପ୍ରବଣ ବିଷୟ । ପିଡିପିର ମୁଖ୍ୟ ମେହବୁବା ମୁଫ୍‌ତି ଆଜି ବେଙ୍ଗାଲୁରୁରେ ଏପରି କଥା କହିଛନ୍ତି । ଏଥିସହିତ ସେ କହିଥିଲେ, ଯେ ବିଜେପି ଜି-୨୦ କାର୍ଯ୍ୟକ୍ରମକୁ ହାଇଜାକ କରିନେଇଛି । ସେ କହିଛନ୍ତି ଯେ, ଯେତେବେଳେ ସେ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ ସେତେବେଳେ ରାଜ୍ୟରେ ଦୁଇଟି ସମ୍ବିଧାନ ଥିଲା । ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ଫାଶୀବାଦୀ, ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ବିଜେପିକୁ ପରାସ୍ତ କରି ସମଗ୍ର ଦେଶକୁ ଏକ ନୂଆ ବାର୍ତ୍ତା ଦେଇଥିବାରୁ ସେ କର୍ଣ୍ଣାଟକବାସୀଙ୍କୁ ପ୍ରଶଂସା କରିଛନ୍ତି ।

ସେ କହିଥିଲେ, ଯେତେବେଳେ ବିଧାନସଭାରେ ବିଧାୟକ ପଦର ଶପଥ ଗ୍ରହଣ କରାଯାଏ, ସେଠାରେ ଦୁଇଟି ସମ୍ବିଧାନ ରହିବା ଉଚିତ । ଗୋଟିଏ ଜାମ୍ମୁ କାଶ୍ମୀର ଏବଂ ଅନ୍ୟଟି ଭାରତ । ଏକ ସମୟରେ ଦୁଇଟି ପତାକା ସୋଭା ପାଏ । ଏହା ମୋ ପକ୍ଷରୁ ଏକ ନିର୍ବୋଧ ନିଷ୍ପତ୍ତି ହୋଇପାରେ, କିନ୍ତୁ ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ବିଷୟ ।

Leave a Reply

Your email address will not be published. Required fields are marked *