ରାହୁଲ-ଦିଶାଙ୍କ ଘରକୁ ଆସୁଛନ୍ତି ନୂଆ ଅତିଥି

ଗାୟକ ରାହୁଲ ବୈଦ୍ୟ ଏବଂ ଟିଭି ଅଭିନେତ୍ରୀ ଦିଶା ପରମାର 2021 ମସିହାରେ ବିବାହ କରିଥିଲେ। ଉଭୟ ବିବାହ ପରେ ବହୁ ଚର୍ଚ୍ଚାରେ ଥିବା ବେଳେ ଏବେ ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ତେବେ ଉଭୟ ମା ବାପା ହେବାକୁ ଯାଉଥିବା କହିଛନ୍ତି । ଆଉ ଏହି ଦମ୍ପତିଙ୍କ ସୂଚନା ପରେ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହାସହ ସେଲିବ୍ରିଟିମାନେ ରାହୁଲ ବୈଦ୍ୟ ଏବଂ ଦିଶା ପରମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଶା ପରମାର ଏହି ଖୁସି ଖବରକୁ ତାଙ୍କ ସ୍ୱାମୀ ରାହୁଲ ବୈଦ୍ୟଙ୍କ ସହ ଅତି ସୁନ୍ଦର ଭାବରେ ସେୟାର କରିଛନ୍ତି। ଦିଶା ପରମାର ଏବଂ ରାହୁଲ ବୈଦ୍ୟ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସମାନ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟର ପ୍ରଥମ ଛବିରେ, ଦମ୍ପତି ମମି ଏବଂ ବାପାଙ୍କ ଉପରେ ଲେଖାଯାଇଥିବା ଏକ ସ୍ଲେଟ ଧରିଛନ୍ତି | ତା ସହ ସୋନୋଗ୍ରାଫି ଫଟୋ ସେୟାର କରିଛନ୍ତି |ଖାଲି ଫୋଟ ନୁହେଁ ସୋନୋଗ୍ରାଫିର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି

Leave a Reply

Your email address will not be published. Required fields are marked *