ମୁଁ ପୋଛିଦେଲି ମୋ ମଥାର ସିନ୍ଦୁର…

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚଣ୍ଡିଆ ଗଡି ପଞ୍ଚାୟତର ମାଳପାଟଣା ଗାଁରେ ଘଟିଛି ଏକ ଲୋମ ଟାଙ୍କୁରା ଅଭାବନୀୟ ଘଟଣା l ମୃତ ନିରଞ୍ଜନ ସାହୁ (40) ପ୍ରତିଦିନ ମଦ ପିଇ ପରିବାରରେ ଗଣ୍ଡଗୋଳ କରିବା ସହ ନିଜ ପୁଅ ଝିଅମାନଙ୍କୁ ମରଧାର କରିଥାନ୍ତି l ଏ ନେଇ ପରିବାର ଲୋକ ପୂର୍ବରୁ ଥାନାରେ ଅଭିଯୋଗ ଦେଇଥିଲେ, ସେ ଜେଲ ଯାଇ ଫେରିଥିଲେ l ଫେରିବା ପରେ ନିଜ ଝିଅ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଖରାପ ବ୍ୟବହାର କରିବାରୁ,ମନୋରମା ପର ଘରେ ବାସନ ମାଜି ପରିବାର ଚଳାନ୍ତି ଘରକୁ ସନ୍ଧ୍ୟାରେ ଫେରିଥିଲେ । ରାତିରେ ନିରଞ୍ଜନ ମଦ ପିଇ ଘରେ ପାଟି ତୁଣ୍ଡ କରିବା ସହିତ ସ୍ତ୍ରୀ କୁ ନିର୍ଧୁମ ଭାବେ ମାଡପିଟ କରିବା ଓ ନିଜ ପିଲା ମାନଙ୍କ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ରାତିରେ ସ୍ୱାମୀ ଶୋଇ ପଡିବା ପରେ ପତ୍ନୀ ମନୋରମା ସାହୁ ନିଜ ସ୍ୱାମୀ ତଣ୍ଟିରେ ଚଢି ଯିବା ସହ ପୁଅ ଝିଅଙ୍କ ସାହାଯ୍ୟରେ ତାଙ୍କୁ ମାରିଦେଇ ଘର ଆଗରେ ଫୋପାଡ଼ି ଦେଇଥିଲେ । ସଖାଳୁ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଆଳି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ପତ୍ନୀ ଓ଼ ପୁଅ ଝିଅ କୁ ନିଜ ହେପାଜତକୁ ନେଇଛି ।