ସୋମନାଥରେ ହର ହର ମହାଦେବ ଧ୍ୱନି, ‘ଅମୃତ ପର୍ବ’ରେ ଭବ୍ୟ ଆଧ୍ୟାତ୍ମିକ ପରିବେଶ

ଗୁଜରାଟର ପବିତ୍ର ସୋମନାଥ ମନ୍ଦିରରେ ଏକ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ‘ଅମୃତ ପର୍ବ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସୋମନାଥ ମନ୍ଦିର ପୁନଃନିର୍ମାଣର ୭୫ତମ ବାର୍ଷିକୀ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ କରି ସେଠାରେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ସମୟରେ ସେ ବିଧିବଦ୍ଧ ପୂଜାରେ ଅଂଶଗ୍ରହଣ କରିଥିଲେ। ଭଗବାନ ଶିବଙ୍କ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏହି ପବିତ୍ର ସୋମନାଥ ମନ୍ଦିରର ଶିଖରକୁ ଦେଶର ୧୧ଟି ପବିତ୍ର ତୀର୍ଥସ୍ଥଳରୁ ଆଣାଯାଇଥିବା ଜଳରେ କୁମ୍ଭାଭିଷେକ କରାଯାଇଥିଲା।

ସମଗ୍ର ମନ୍ଦିର ପରିସର ହର ହର ମହାଦେବ ଧ୍ୱନିରେ ଗୁଞ୍ଜିଉଠିଥିଲା। ସୋମନାଥ ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସାଂସ୍କୃତିକ ଐତିହ୍ୟ, ଆତ୍ମବିଶ୍ୱାସ ଓ ଜାତୀୟ ଶକ୍ତି ସମ୍ପର୍କରେ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଥିଲେ।ଏହି ଅବସର ଭାରତର ପ୍ରାଚୀନ ଧାର୍ମିକ ଐତିହ୍ୟ ଓ ଆଧୁନିକ ଜାତୀୟ ଗର୍ବର ସଙ୍ଗମ ଭାବେ ପ୍ରତିପାଦିତ ହୋଇଛି।