ଷ୍ଟାଲିନଙ୍କୁ ବଡ଼ ଝଟକା ତାମିଲନାଡୁ CM, ସରକାର ଗଢ଼ିବା ମୁଡ୍‌ରେ ଟିଭିକେ

ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ନୂଆକରି ଗଠିତ ହୋଇଥିବା ଟିଭିକେ ଦଳ ସରକାର ଗଠନ କରିବା ସ୍ଥିତିକୁ ପହଞ୍ଚିଛି । ହେଲେ ସବୁଠାରୁ ବଡ଼ ଓ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମ୍.କେ. ଷ୍ଟାଲିନ ନିଜ ପାରମ୍ପରିକ କୋଲାଥୁର ଆସନରୁ ପରାଜିତ ହୋଇଛନ୍ତି । ସେଠାରେ ଟିଭିକେ ପ୍ରାର୍ଥୀ ଭି.ଏସ୍. ବାବୁ ଷ୍ଟାଲିନଙ୍କୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି ।

ଶେଷ ସୂଚନା ଅନୁସାରେ, ବାବୁଙ୍କୁ ୭୬,୭୯୬ ଭୋଟ ମିଳିଥିବା ବେଳେ ଷ୍ଟାଲିନଙ୍କୁ ୬୮,୫୧୨ ଭୋଟ ମିଳିଛି । ଏଆଇଏଡିଏମକେ ପ୍ରାର୍ଥୀ ମାତ୍ର ୧୭,୩୨୫ ଭୋଟରେ ସୀମିତ ରହିଛନ୍ତି । ଏହି ଫଳାଫଳ ତାମିଲନାଡୁ ରାଜନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି ।