ରାଜନଗରରେ ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ପକ୍ଷରୁ ଅକ୍ଷୟ ତୃତୀୟା ଓ ସମାଜସେବା କାର୍ଯ୍ୟକ୍ରମ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜନଗର ଗ୍ରାମାଞ୍ଚଳ କୃଷକ ମହିଳା ମହାସଂଘ ପକ୍ଷରୁ କୃଷି ଓ ସମାଜସେବାକୁ ନେଇ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କୃଷକମାନଙ୍କ ପ୍ରତି ସମ୍ମାନ ଜଣାଇବା ସହ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କ ସେବା କରି ମହାସଂଘ ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ପରମ୍ପରା ଅନୁଯାୟୀ ବିଲରେ ହଳ କରିବା ସହ ଅକ୍ଷୀମୁଠି ଅନୁକୂଳ କରାଯାଇ ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା।

ମହାସଂଘର ମୁଖ୍ୟ କାର୍ଯ୍ୟାଳୟରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ଗରିବ ଓ ଅସହାୟ ଲୋକଙ୍କ ପାଦ ଧୋଇ ସେମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା।

ମହାସଂଘର ସଭାନେତ୍ରୀ ସରୋଜିନୀ ସାହୁ ନିଜ ଅଭିଭାଷଣରେ ସମସ୍ତ ମହିଳା କର୍ମୀଙ୍କୁ ସମାଜସେବା ପାଇଁ ଉତ୍ସାହିତ କରିବା ସହ ନାରୀ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରୋଗୀଙ୍କୁ ଡାକ୍ତରଖାନା ନେବା ଏବଂ ଜରୁରୀ ସମୟରେ ରକ୍ତଦାନ କରିବା। ବନ୍ୟା, ବାତ୍ୟା ଓ ମରୁଡି ସମୟରେ କୃଷକ ଓ ସାଧାରଣ ଜନତାଙ୍କୁ ସାହାଯ୍ୟର ହାତ ବଢ଼ାଇବା।

ଗ୍ରାମାଞ୍ଚଳର ଅସହାୟ ମଣିଷଙ୍କ ସମସ୍ୟା ଶୁଣିବା ଓ ତାହାର ସମାଧାନ କରିବା। ସମାଜରେ ଅନେକ ସମୟରେ ଅବହେଳିତ ହେଉଥିବା ନାରୀ ଶକ୍ତି ଆଜି ଏହି ମହାସଂଘ ମାଧ୍ୟମରେ ଏକଜୁଟ ହୋଇ ସମାଜ ପାଇଁ ଏକ ଆଦର୍ଶ ପାଲଟିଛନ୍ତି।

ହଜାର ହଜାର ଲୋକଙ୍କ ଭଲପାଇବା ଓ ବିଶ୍ୱାସ ଜିତିବାରେ ଏହି ସଂଘ ସଫଳ ହୋଇଛି।