ସାରା ବିଶ୍ବଦେଖିଲା ଟ୍ରମ୍ପଙ୍କ “ଦୋମୁହାଁ ନୀତି” । ଚୁକ୍ତିରୁ ଓହରିଯିବାକୁ ଧମକ

ପଦାରେ ପଡିଲା ଆମେରିକାର ବିଶ୍ବାସଘାତକତା, ନିଜ ସ୍ବାର୍ଥ ପାଇଁ କିଛିବି କରିପାରେ ଆମେରିକା । ସତରେ କଣ ଇରାନକୁ ଡରିଯାଇଥିଲା ଆମେରିକା, ନା ଯୁଦ୍ଧ ଜିତିବା ପାଇଁ ରଚିଲା ସିଜଫାୟାର ପ୍ଲାନ୍ । ସିଜଫାୟାର ସତ୍ବେ ଇସ୍ରାଇଲ ଇରାନ ଉପରେ ଆକ୍ରମଣ କରିବା କେଉଁଠିନା କେଉଁଠି ଟ୍ରମ୍ପର ଖଳପ୍ରବୃତିକୁ ପଦାରେ ପକାଇଛି । ସତହେଉଛି ସାରା ବିଶ୍ବ ଟ୍ରମ୍ପଙ୍କ “ଦୋମୁହାଁ ନୀତି” କୁ ଦେଖିଛି, ଯାହା ପରିସ୍ଥିତିକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି । ଏହି ନୀତିରେ, ଆମେରିକା ନିଜର ସ୍ବାର୍ଥ ପାଇଁ ଆନ୍ତର୍ଜାତୀୟ ନୀତି ଚାଳିଛି, ଯାହା ଅନ୍ୟ ଦେଶମାନଙ୍କୁ ମଧ୍ୟର ଆଶ୍ଚର୍ଯ୍ୟ ଚକିତ କରିଛି , ଅସନ୍ତୋଷ ଓ ଅବିଶ୍ବାସ ସୃଷ୍ଟି କରିଛି। ଟ୍ରମ୍ପଙ୍କ ନୀତି ପଦାରେ ପଡିବାର ପରେ, ଆମେରିକାର ବିଶ୍ବାସଘାତକତା ସାରା ଦେଶ ଦେଖିଛି, ଯାହା ଇରାନଙ୍କୁ ଏବଂ ଅନ୍ୟ ଦେଶମାନଙ୍କୁ ଆମେରିକା ଉପରେ ସନ୍ଦେହ କରାଇଛି। ଇରାନ ଓ ଆମେରିକା ମଧ୍ୟରେ ହୋଇଥିବା ଅସ୍ଥାୟୀ ଅସ୍ତ୍ରବିରତି ଏବେ ସଙ୍କଟରେ ପଡ଼ିଛି ।

ପଶ୍ଚିମ ଏସିଆରେ ପୁଣି ଥରେ ଯଦ୍ଧ ବଢ଼ିବାର ଆଶଙ୍କା ଦେଖାଦେଇଛି। ଏହି ସମସ୍ୟାର ମୂଳ କାରଣ ହେଉଛି ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ଚାଲିଥିବା ଲଗାତାର ଆକ୍ରମଣ। ଇସ୍ରାଏଲ କହୁଛି ଯେ ସେ ହିଜବୁଲ୍ଲା ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି, କିନ୍ତୁ ଏଥିରେ ସାଧାରଣ ଲୋକମାନେ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହେଉଛନ୍ତି । ଇରାନ, ଯାହା ହିଜବୁଲ୍ଲାକୁ ସମର୍ଥନ କରେ, ସ୍ପଷ୍ଟ କରିଛି ଯେ ଯଦି ଲେବାନନରେ ଆକ୍ରମଣ ବନ୍ଦ ହେବ ନାହିଁ, ତେବେ ସେ ଆମେରିକା ସହିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ପୁନଃବିଚାର କରିବ। ଇରାନର ସରକାରୀ ସମ୍ବାଦ ସଂସ୍ଥା “ତାସନିମ୍” ମଧ୍ୟ ଏହି ସୂଚନା ଦେଇଛି। ଇରାନ ଏହାକୁ ଶାନ୍ତି ପ୍ରକ୍ରିୟାର ସିଧାସଳଖ ଉଲ୍ଲଂଘନ ବୋଲି କହିଛି। ଇସ୍ରାଏଲ ବାୟୁସେନା ଲେବାନନର ରାଜଧାନୀ ବୈରୁତ, ବେକ୍କା ଉପତ୍ୟକା ଓ ଦକ୍ଷିଣ ଅଞ୍ଚଳର ୧୦୦ରୁ ଅଧିକ ସ୍ଥାନରେ ମାତ୍ର କିଛି ମିନିଟ୍ ମଧ୍ୟରେ ଭୟଙ୍କର ଆକ୍ରମଣ କରିଛି। ଏହାକୁ ଏହି ସଂଘର୍ଷର ସବୁଠାରୁ ବଡ଼ ସମନ୍ୱିତ ଆକ୍ରମଣ ବୋଲି କୁହାଯାଉଛି। ଲେବାନନ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୧୫୩୦ ଲୋକଙ୍କର ମୃତ୍ୟୁ ହୋଇଛି ଓ ୪୮୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି । ଯଦିଓ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ ରଖିବା ପାଇଁ ଅସ୍ତ୍ରବିରତି ହୋଇଥିଲା, କିନ୍ତୁ ଇସ୍ରାଏଲ ତାହାର ସାମରିକ ଅଭିଯାନ ଜାରି ରଖିଥିବାରୁ ଏହି ଚୁକ୍ତି ଏବେ ଭାଙ୍ଗିବା ଅବସ୍ଥାକୁ ପହଞ୍ଚିଛି। ସିଧା ସଳଖ କହିବାକୁ ଗଲେ ପଶ୍ଚିମ ଏସିଆରେ ପୁଣି ଥରେ ବଡ଼ ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ବଢ଼ୁଛି, ଯାହାର ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିପାରେ ।