IPL ରୁ ଚୟନ କରାଯିବ 2027 ODI ବିଶ୍ୱକପ୍ ଦଳ, ପ୍ରଦର୍ଶନ ଏବଂ ଫିଟନେସ୍ ଉପରେ ରହିବ ନଜର

୨୮ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ଭାରତୀୟ ଖେଳାଳିଙ୍କ ପାଇଁ ଖାସ ରହିବ । ଟି୨୦ ଫର୍ମାଟରେ ଖେଳାଯାଉଥିବା ଏହି ଲିଗ୍ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ଦଳ ନିର୍ଣ୍ଣୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଚୟନ କମିଟି ୨୦ ଜଣ ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି, ଯେଉଁମାନଙ୍କର ପ୍ରଦର୍ଶନକୁ ଏହି ଆଇପିଏଲ ସିଜନରେ କଡ଼ା ନଜର ରଖାଯିବ। ଅଜିତ ଅଗରକରଙ୍କ ନେତୃତ୍ୱରେ କମିଟି ବିଶେଷ ଭାବରେ ଏହି ଖେଳାଳିମାନଙ୍କ ଫର୍ମ ଏବଂ ଫିଟନେସ୍ ଉପରେ ଧ୍ୟାନ ଦେବ।

ଖାଲି ଏତିକି ନୁହେଁ , ଟିମ୍ ଇଣ୍ଡିଆ ଜୁନ୍ 6 ରୁ 10 ତାରିଖ ପର୍ଯ୍ୟନ୍ତ ପଞ୍ଜାବର ମୁଲାନପୁରରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ପୁରା ଦମ ଲଗାଇ ଦଳ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚ୍‌ରେ ସମସ୍ତ ସିନିଅର ଖେଳାଳି ଅଂଶଗ୍ରହଣ କରିବେ।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ତାଙ୍କ ଚୁକ୍ତିକୁ 2027 ODI ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଠାରୁ ଅବଦ୍ଧି ମାଗିଛନ୍ତି। ପୂର୍ବରୁ ଅଗରକରଙ୍କ କାର୍ଯ୍ୟକାଳ ଅବଦ୍ଧି ବୃଦ୍ଧି କରାଯାଇଛି। 2025 IPL ପୂର୍ବରୁ, BCCI ତାଙ୍କ ଚୁକ୍ତିକୁ ଗୋଟିଏ ବର୍ଷ ବୃଦ୍ଧି କରିଥିଲା, ଯାହାକୁ 2026 ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପୂର୍ବତନ ଦ୍ରୁତ ବୋଲର ଅଗରକରଙ୍କୁ ଜୁଲାଇ 2023 ରେ ଟିମ୍ ଇଣ୍ଡିଆର ଚୟନ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।