
ଦିନିକିଆ ପାରାଦୀପ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ପାରାଦୀପ ସ୍ଥିତ ଇଫକୋ ପରିସରରେ ନୂତନ କରି ନିର୍ମିତ ହୋଇଥିବା ୨୦୦୦ ମେଟ୍ରିକ ଟନ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟଟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ଆସନ୍ତା କାଲି ଦିନ ୨ଟା ୪୫ ମିନିଟ ସମୟରେ ଇଫକୋ ପରିସରରେ ଥିବା ହେଲିପ୍ୟାଡରେ ଓହ୍ଲାଇବା ପରେ ସଲଫ୍ୟୁରିକ ଏସିଡ ପ୍ଲାଟକୁ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ଷ୍ଟାଡିୟମ ପରିସରରେ ଏକ ସଭା କାଯ୍ୟରେ ଯୋଗଦେଇ ଉଦବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।
ଶୀତତାପ ନିୟନ୍ତ୍ରଣର ଏହି ସଭାଗୃହରେ ପାଖାପାଖି ୫୦୦୦ ଲୋକଙ୍କ ବସିବା ପାଇଁ ସ୍ଥିର କରାଯାଇଥିବା ବେଳେ ଦିଲ୍ଲୀ ଏବଂ କଲିକତାରୁ ଆସିଥିବା ଟେଣ୍ଟ କାରିଗର ମାନେ ଏବଂ ଇଫକୋ କର୍ମଚାରୀ ମାନଙ୍କ ସହ ଯୋଗରେ ୩ ଦିନ ଭିତରେ ନିର୍ମାଣ କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ପାରାଦୀପ ଇଫକୋ ୟୁନିଟ ହେଡ ପି.କେ ମହାପାତ୍ର ପ୍ରକାଶ କରିଛନ୍ତି। ଏହି କାଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ପାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ସମେତ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆସିବାର କାଯ୍ୟକ୍ରମ ରହିଛି ବୋଲି ପାରାଦୀପ ଇଫକୋ ୟୁନିଟ ହେଡ ପି.କେ ମହାପାତ୍ର ପ୍ରକାଶ କରିଛନ୍ତି।