ବିଧାନସଭାରେ ଆଜି ଅର୍ଥନୈତିକ ସର୍ଭେ ପ୍ରସ୍ତୁତି: ଚାଷୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ

ଆଜି ବିଧାନସଭାରେ ଉପସ୍ଥାପନ ହେବ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ସର୍ଭେ ରିପୋର୍ଟ। ଆସନ୍ତାକାଲି ରାଜ୍ୟ ବଜେଟ୍ ପ୍ରସ୍ତୁତି ପୂର୍ବରୁ ଏହି ସର୍ଭେ ରିପୋର୍ଟ ରାଜ୍ୟର ଅର୍ଥନୈତିକ ଅବସ୍ଥା, ବିକାଶ ହାର ଓ ବିଭିନ୍ନ ଖାତାର କାର୍ଯ୍ୟଦକ୍ଷତା ସମ୍ପର୍କରେ ଏକ ସମଗ୍ର ଚିତ୍ର ପ୍ରଦାନ କରିବ। ତେବେ ବଜେଟ ଅଧିବେଶନର ତୃତୀୟ ଦିନରେ ବି ବେସ୍ ସରଗରମ ରହିବ ଗୃହ। ଆଜି ବି ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ସମସ୍ୟା ଓ କଟନୀ-ଛଟନୀ ଅଭିଯୋଗକୁ ବିରୋଧୀ ଦଳ ଜୋରଦାର ଭାବେ ଉଠାଇପାରନ୍ତି।
ଯଦି ଗୃହ ସ୍ବଭାବିକ ହୁଏ ତେବେ ପ୍ରଶ୍ନକାଳରେ ଜଳ ସମ୍ପଦ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଲୋକସମ୍ପର୍କ, ବାଣିଜ୍ୟ ଓ ପରିବହନ ବିଭାଗ ସମ୍ପର୍କିତ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ହେବ।ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି। ଅପରାହ୍ନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗୃହରେ ନିଜ ବିବୃତି ରଖିବେ।