
ଦୈନନ୍ଦିନ ଜୀବନରେ ରୋଷେଇ ହେଉ କି ହୋଟେଲ୍ରେ ବା ଷ୍ଟୁରାଣ୍ଟର ଖାଦ୍ୟ, ସ୍ୱାଦ ହେଉଛି ଖାଦ୍ୟର ପ୍ରଧାନ ଆକର୍ଷଣ। ଖାଦ୍ୟର ସ୍ୱାଦକୁ ଆହୁରି ବଢ଼ାଇବାରେ ମସଲାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଅନେକ ଲୋକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଏକ ଦ୍ୱନ୍ଦ ରହିଛି ମିଟ୍ ମସଲା ଆମିଷ ନା ନିରାମିଷ?
ବଜାରରେ ଚିକେନ୍ ମସଲା , ମିଟ୍ ମସଲା ଭଳି ନାମରେ ମିଳୁଥିବା ପ୍ୟାକେଟ୍ଗୁଡ଼ିକରେ ଥିବା ଛବି ଦେଖି ଅନେକେ ଭାବନ୍ତି ଯେ, ଏହି ମସଲାରେ ମାଂସ ମିଶିଥାଏ। ବିଶେଷକରି ନିରାମିଷ ଖାଦ୍ୟରେ ପକାଉଥିବା ଲୋକମାନେ ଏହାକୁ ବ୍ୟବହାର କରିବାରେ ଦ୍ବନ୍ଦରେ ପଡ଼ିଯାଆନ୍ତି। କିନ୍ତୁ ସତ କଥା ହେଉଛି ମିଟ୍ ମସଲା ସମ୍ପୂର୍ଣ୍ଣ ନିରାମିଷ। ଏହି ମସଲାରେ ଜିରା, ଧନିଆ, ହଳଦୀ, ଲଙ୍କା ପାଉଡର, ପାନମହୁରୀ, ଜାଇଫଳ, ଅଦା, ରସୁଣ, କଳା ଗୋଲମରିଚ ଓ କଞ୍ଚାଲଙ୍କା ଭଳି ମସଲାର ମିଶ୍ରଣ ଥାଏ। ଏଥିରେ କୌଣସି ପ୍ରକାର ମାଂସ ବା ଆମିଷ ଉପାଦାନ ବ୍ୟବହାର ହୋଇନଥାଏ।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ , ମିଟ୍ ବା ଚିକେନ୍ ମସଲାର ନାମକରଣ କେବଳ ସ୍ୱାଦ ଓ ସୁଗନ୍ଧକୁ ଧ୍ୟାନରେ ରଖି କରାଯାଇଛି। ଏହି ମସଲାକୁ ନିରାମିଷ ଖାଦ୍ୟରେ ବ୍ୟବହାର କଲେ ମଧ୍ୟ ଖାଦ୍ୟ ଆହୁରି ସ୍ୱାଦିଷ୍ଟ ଓ ସୁଗନ୍ଧିତ ହୋଇଥାଏ। ସେହିପରି, ଯଦି ଆପଣ ନିରାମିଷ ଖାଦ୍ୟ ପକାଉଛନ୍ତି ଓ ମିଟ୍ ମସଲା ବ୍ୟବହାର କରିବାକୁ ଦୁବିଧାରେ ଅଛନ୍ତି, ତେବେ ନିଶ୍ଚିନ୍ତ ରୁହନ୍ତୁ। ଏହା ସ୍ୱାଦକୁ ଦ୍ୱିଗୁଣିତ କରିବ ଆମିଷ ବିନା।