ରକ୍ଷକ ଯେବେ ଭକ୍ଷକ ସାଜେ—ଏମିତି ଏକ ଚିନ୍ତାଜନକ ଘଟଣା ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଥାନାରେ ସାମ୍ନାକୁ ଆସିଛି। ସୁରକ୍ଷା ଦେବାର ଦାୟିତ୍ୱ ନେଇଥିବା ପୋଲିସ ବାବୁ ଜଣେ ଦୀର୍ଘ ଚାରି ବର୍ଷ ଧରି ଜଣେ ମା’ ଓ ତାଙ୍କ ପୁଅଙ୍କୁ ଅତ୍ୟାଚାର କରିଆସୁଥିବା ଗୁରୁତର ଅଭିଯୋଗ ହୋଇଛି।

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ନିଜ ସ୍ୱାର୍ଥ ସାଧନ କରୁଥିବା ଅଭିଯୋଗ ଉଠିଛି ପୂର୍ବତନ କୃଷ୍ଣପ୍ରସାଦ ଥାନା ଏସ୍ଆଇ ଚନ୍ଦ୍ରଶେଖର ନାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ନ୍ୟାୟ ଦାବିରେ ଅସହାୟ ମା’ ଜଣେ ଥାନା ଆଗରେ ଧାରଣାରେ ବସିଛନ୍ତି। କଣ ଭୁଲ ଥିଲା ସେ ମାଁର କଣ ପୁଅ ପାଇଁ ନ୍ୟାୟ ମାଗିବା ଭୁଲ ଥିଲା | କାହିଁକି ଚୁପ ବସିଛି ପ୍ରସାଶନ | ଏଥି ପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ନେଉନାହାଁତି ସରକାର | ରକ୍ଷକ ଯେବେ ଭକ୍ଷକ ସାଜୁଛି ସେଠି ସାଧାରଣ ଜନତା କେତେ ସୁରକ୍ଷିତ | ଏଠି ନ୍ୟାୟ ପାଇଁ ସରକାରଙ୍କ ଆଗରେ ଭିକ ମାଗିବା ପାଇଁ ପଡୁଛି | ଏଭଳି ଏକ ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳୁଛି ପୁରୀ ଜିଲ୍ଲାରେ |

ରାଷ୍ଟ୍ରପତି ଓଡ଼ିଶା ଆଗମନ ସମୟରେ ମଧ୍ୟ ନ୍ୟାୟ ଆଶାରେ ଭିକ ମାଗିବାକୁ ପଡ଼ୁଛି ଏହି ମା’ଙ୍କୁ—ଯାହା ପୋଲିସ ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠାଉଛି। ଅଭିଯୋଗ ଅନୁଯାୟୀ, ପୁଅ ସୌମ୍ୟ ରଞ୍ଜନ ପଣ୍ଡା ନାଗପୁରରେ ରହୁଥିବା ସମୟରେ ମଧ୍ୟ ଓଡ଼ିଶାରେ ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିଲା।