କୁଆଡ଼େ ଗଲେ କିଙ୍ଗ କୋହଲି ?

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ଶୁକ୍ରବାର ଦିନ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ଏବେ ବିରାମ ଲାଗିଛି | ଶୁକ୍ରବାର ୩୦ ଜାନୁୟାରୀ ୨୦୨୬ ଭୋର ସମୟରେ ହଠାତ୍ ବିରାଟ କୋହଲିଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଗାଏବ ହୋଇଯାଇଥିଲା | ପ୍ରାୟ ୨୭୪ ମିଲ୍ରେଲିୟନ ରୁ ଅଧିକ ଫଲୋଅର୍ସ ଥିବା ଏହି ଆକାଉଣ୍ଟକୁ ସର୍ଚ୍ଚ କଲେ ‘User not found’ ବା ‘Page not available’ ଦେଖାଉଥିଲା।


ଭୟଭୀତ ହେଲେ ପ୍ରଶଂସକ: କିଙ୍ଗ କୋହଲି କୌଣସି ସୂଚନା ନଦେଇ ଆକାଉଣ୍ଟ ଡିଲିଟ୍ କରିଦେଲେ କିମ୍ବା ଡିଆକ୍ଟିଭେଟ୍ କରିଦେଲେ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିଛି ଲୋକ ଏହାକୁ ତାଙ୍କର ସନ୍ନ୍ୟାସ ନେବେ ବୋଲି ଯୋଡି ଦେଇଛନ୍ତି , ଯାହାକି ତାଙ୍କ ପ୍ରଶଂସକ ମଧ୍ୟରେ ଭୟଭୀତ ଛାୟା ଖେଳିଯାଇଥିଲା | ଆଶ୍ଚର୍ଯ୍ୟର କଥା ଯେ, ପ୍ରାୟ ଠିକ ସେହି ସମୟରେ ବିରାଟଙ୍କ ବଡ଼ ଭାଇ ବିକାଶ କୋହଲିଙ୍କ ଆକାଉଣ୍ଟ ମଧ୍ୟ ଇନଷ୍ଟାଗ୍ରାମରୁ ଗାଏବ ହୋଇଥିଲା |

ପ୍ରଶଂସକମାନେ ଚିନ୍ତାରେ ପଡି କୌଣସି ଉପାୟ ନପାଇ ଅନୁଷ୍କା ଶର୍ମାଙ୍କ ଇନଷ୍ଟା ପୋଷ୍ଟରେ ଭାଇଙ୍କ ଆକାଉଣ୍ଟ କୁଆଡ଼େ ଗଲା ? ବୋଲି ପଚାରିବା ଆରମ୍ଭ କରିଥିଲେ | ପ୍ରାୟ କିଛି ଘଣ୍ଟାର ବ୍ୟବଧାନ ପରେ ସକାଳ ପ୍ରାୟ ୮:୩୦ ସମୟରେ ବିରାଟଙ୍କ ଆକାଉଣ୍ଟ ପୁଣିଥରେ ସକ୍ରିୟ ହୋଇଯାଇଥିଲା | ଏପର୍ଯ୍ୟନ୍ତ ବିରାଟ କୋହଲି କିମ୍ବା ମେଟା (Meta) ପକ୍ଷରୁ କୌଣସି ଆଧିକାରିକ ସ୍ପଷ୍ଟିକରଣ ମିଳି ନାହିଁ | ତେବେ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଅନୁମାନ କରାଯାଉଛି | କୋହଲିଙ୍କ ଆକାଉଣ୍ଟ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ପୂର୍ବଭଳି ଆକ୍ଟିଭ୍ ଅଛି | ତେଣୁ ପ୍ରଶଂସକମାନେ ଚିନ୍ତା କରିବାର କୌଣସି କାରଣ ନାହିଁ।