“କଟକର ଆକାଶରେ ଗୁଡ଼ି ଉଡ଼ା: ଏକତା, ସଂସ୍କୃତି ଓ ଭାଇଚାରାର ପରମ୍ପରା”

ଗୋଟିଏ ସୂତାରେ ବନ୍ଧା କଟକିଅ।ଙ୍କ ମନ , ସତେ ଯେମିତି ସମସ୍ତେ ଏକାତାର ସୂତ୍ରରେ ବାନ୍ଧି ହୋଇ କଟକର ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ଉଜ୍ଜୀବିତ କରି ରଖିଵାକୁ ସଦା ଜାଗ୍ରତ … ଏହାରି ଭିତରେ ମନେ ପଡେ ମକର ସଂକ୍ରାନ୍ତି ର କଥା । ସେ ହିନ୍ଦୁ ହେଉ ଅବା ମୁସଲିମ୍ ସମସ୍ତେ ମିଳିମିଶି କଟକ ଅ।କଶରେ ଉଡାଇ ଦିଅନ୍ତି ଏକତାର ଗୁଡି । ସେଥିପାଇଁ ତ କଟକ ସହରର ଆକାଶ ଅ।ଜି ଗୁଡି ମୟ ,ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିରେ ମକର ଚାଉଳର ମଜା ବେଶ ନିଅ।ରା,ଭାଇ-ଭାଇ କୋଳା କୋଳି ହେଲା ମନ ହଜି ଯାଏ ମାହାନଦୀ ବାଲିପଠାରେ ..କି ଖରା.. କାହାରି ଖାତିର ନାହିଁ .. ସମସ୍ତଙ୍କ ମୁହଁରେ ଖୁସି ଅ।ଉ ଖୁସି .. ଏହି ସମୟରେ କକଟ ରେଡିଓ ସେଣ୍ଟରରୁ ଭାସି ଅ।ସେ .. ଖୋକା ଭାଇଙ୍କ ସେ କାଳଜୟୀ ସଂଗୀତ ..‘ଉଡ଼ି ଉଡ଼ି ଉଡ଼ି… ଯାଆରେ ଗୁଡ଼ି’ ଉଡ଼ି ଯା… ଯାହା ସମସ୍ତଙ୍କୁ ମତୁଅ।ଲା କରି ଦିଏ | ଇଏ ଗୀତ କେବଳ ସଂଗୀତ ନୁହେଁ ..ଏହା ପୁରୁଣା କଟକର ସଂସ୍କୃତି ଓ ଭାଇଚରର ଏକ ଜୀବନ୍ତ ଦଲିଲ | ଅକ୍ଷୟ ମହାନ୍ତି କେବଳ ଗାୟକ ନଥିଲେ ସେ ଥିଲେ କଟକର ପ୍ରାଣ | ଆଜି ବି ମକର ସଂକ୍ରାନ୍ତି ଆସିଲେ କଟକ ସହର ଖୋକା ଭାଇଙ୍କୁ ଝୁରେ |

କାଠଯୋଡ଼ି କୂଳର ସଞ୍ଜ, ଛାତ ଉପରେ ଲୋକଙ୍କ ଭିଡ଼ ଓ ଆକାଶରେ ଉଡ଼ୁଥିବା ଶହ ଶହ ଗୁଡ଼ିରେ ରଙ୍ଗୀନ ହୋଇଉଠେ କଟକ ସହର | ଏହା କଟକିଆଙ୍କ ପାଇଁ କେବଳ ଏକ ଖେଳ ନୁହେଁ, ଏକ ଭାବନା |
ମକର ସଂକ୍ରାନ୍ତି ପୂର୍ବରୁ ନିମଚୌରି, ଚାନ୍ଦିନୀ ଚୌକ ଓ ବାଲୁ ବଜାରରେ ଗୁଡ଼ି–ସୂତା ର ବଜାର ଜମିଉଠେ।

ସକାଳୁ ସକାଳୁ ଛୋଟପିଲାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଗୁଡ଼ି ଉଡ଼ାଇବାରେ ହଜିଯାନ୍ତି । “କଟିଗଲା… କଟିଗଲା…” ଶବ୍ଦରେ ସହର ଗଞ୍ଜିଉଠେ। ଏହି ଉତ୍ସବ କଟକର ଭାଇଚାରା, ଏକତା ଓ ସାଂସ୍କୃତିକ ପରିଚୟର ପ୍ରତୀକ ଭାବେ ଆଜି ବି ବଜାୟ ରଖିଛି |ବର୍ତମାନର ସମୟକୁ ଧ୍ୟାନ ଦେଇ ପାରମ୍ପରିକ ସୂତା ବ୍ୟବହାର ଓ ପକ୍ଷୀ ସୁରକ୍ଷା ପ୍ରତି ସଚେତନତା ଉପରେ ଦୃଷ୍ଟି ଦେଇ କଟକରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ପରମ୍ପରା ଆଜି ବି ବଜାଇ ରଖିବା ସହ ଗୋଟେ ସୂତାରେ କଟକ ସହରବାସୀଙ୍କୁ ବାନ୍ଧି ରଖିଛି |