କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ଼ ବୟାନ, ମୋ ସହିତ ଆଦୌ ପରାମର୍ଶ କରାଯାଏ ନାହିଁ …;

ପଞ୍ଜାବ ରାଜନୀତିକୁ ହଇଚଇ ସୃଷ୍ଟି କରୁଛି କ୍ୟାପଟେନ ଅମରିନ୍ଦର ସିଂହଙ୍କ ବୟାନ । ସେ ବିଜେପିର କାର୍ଯ୍ୟଶୈଳୀଠାରୁ ଆରମ୍ଭ କରି କଂଗ୍ରେସ, ଆମ ଆଦମୀ ପାର୍ଟି, ଅକାଳୀ ଦଳ ଏବଂ ସିଦ୍ଧୁ ପରିବାର ପର୍ଯ୍ୟନ୍ତ ସବୁକିଛି ଉପରେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିଛନ୍ତି। ବିଜେପିରେ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଇଥାଏ ବୋଲି ସେ କହିଚନ୍ତି । ଏବଂ ତାଙ୍କ ସହିତ କୌଣସି ପରାମର୍ଶ କରାଯାଏ ନାହିଁ। ସେ କଂଗ୍ରେସକୁ ଫେରିବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି।

ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା କ୍ୟାପଟେନ ଅମରିନ୍ଦର ସିଂହ ନିଜ ଦଳର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଭିତରେ ନିଷ୍ପତ୍ତି ଦିଲ୍ଲୀରେ ନିଆଯାଇଥାଏ ବୋଲି ସେ କହିଛନ୍ତି ଏବଂ ସେ କୌଣସି ନିଷ୍ପତ୍ତିରେ ସାମିଲ ହୁଅନ୍ତି ନାହିଁ। ତଥାପି, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସରେ ପୁନର୍ବାର ଯୋଗଦେବାର କୌଣସି ପ୍ରକାରେ ବି ପ୍ରଶ୍ନ ଉଠୁନାହିଁ। ସିଂହ କହିଛନ୍ତି ଯେ ପଞ୍ଜାବରେ ସ୍ଥିରତା ପାଇଁ ବିଜେପି-ଆକାଲି ମେଣ୍ଟ ଜରୁରୀ।