
ଚିନ୍ତାରେ ବିଜେପି ବଡ଼ ଖେଳ ଖେଳିଲେ ନବୀନ। ନୂଆପଡ଼ା ପାଣିପାଗ ବଦଳେଇ ଦେବେ ନବୀନ। ଚୋର ହେଲା ବିଜେପି ଭୋଟ ଛଣୀନେବ ବିଜେଡ଼ି। ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମଙ୍କ ମାଷ୍ଟରଷ୍ଟ୍ରୋକ ନେ଼ଇ ଚର୍ଚ୍ଚା। ବିଜେପି କୁ ଚୋର କରି ନୂଆପଡ଼ା ଶିମ୍ପାଥି ଓ ମହିଳାଙ୍କ ଭୋଟ ପାଇଁ ସ୍ନେହାଙ୍ଗିନୀ ଗୋଟି ଚାଳନା ବୋଲି କୁହାଯାଉଛି। ନବୀନ ଖମ୍ ଖିଆଲି ନୁହେଁ ଭାବିଚିନ୍ତି ପ୍ରାର୍ଥୀ ଦେଇଥିବା କୁହା ଯାଉଛି। ଜୟଙ୍କ ବଦଳରେ ଆଉ କାହାକୁ ଭୋଟ ଦେଇ ଦଳକୁ ଭାଙ୍ଗିବା ବଦଳରେ ସ୍ନେହାଙ୍ଗିନୀ ଙ୍କୁ ପ୍ରାର୍ଥୀ କରି ନବୀନ ନୂଆପଡ଼ା ବିଜେଡ଼ିକୁ ଏକ କରି ରଖିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଇଛି।

ନବୀନ ଯଦି ଅନ୍ୟ ଦଳରୁ ନେତା ଆମଦାନୀ କରିଥାନ୍ତେ ତାହେଲେ ବିଜେଡ଼ି ଭୋଟ ମାଇନସ କରିଥାନ୍ତା। କିନ୍ତୁ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ଏବେ ବିଜେପି ଓ କଂଗ୍ରେସ ଉପରେ ଚାପ ପକାଇଛନ୍ତି ନବୀନ। ମହିଳା ଭୋଟ ସହ ପ୍ରାର୍ଥୀ ଚୋରୀ ଆଉ ଗତ ଦେଢ଼ ବର୍ଷରେ ବିଜେପି ସରକାରର ଅପାରଗତା ବଖାଣି ବିଜେଡ଼ି ଭୋଟ ଛାଣି ନେବ ବୋଲି କୁହାଯାଉଛି। ନୂଆପଡ଼ା ନହେଲେ ପଶ୍ଚିମ ଓଡ଼ିଶାର ଜଣେ ଲଢ଼ୁଆ ନେତ୍ରୀ । ତାଙ୍କ ପାଇଁ ଦଳୀୟ ସମର୍ଥନ ରହିବ ।

ଅନ୍ୟପଟେ ଜୟଙ୍କ ଦଳ ଡିଆଁ ପରେ ବିଜେଡ଼ି ଆଉ ବିଜେପିରେ ଦେଖାଦେଇଥିବା ଆସୋନ୍ତାସର ଲାଭ ବିଜେଡ଼ିକୁ ମିଳିବ ବୋଲି କୁହାଯାଉଛି। ଏବେବି ବିଜେଡ଼ିର ରାଜନୀତି ଆଗରେ ବିଜେପି-କଂଗ୍ରେସ କ୍ଲିନ୍ ବୋଲ୍ଡ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ନୂଆପଡ଼ା ଏଥର କାହାର ହେଉଛି। ଆଉ କିଏ ବାଜିମାତ କରୁଛି।