ଏଣିକି ବୁଲିପାରିବେ ଜାତୀୟ ଉଦ୍ୟାନ ଶିମିଳିପାଳ

ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଜାତୀୟ ଉଦ୍ୟାନ ଶିମିଳିପାଳ । ଶିମିଳିପାଳକୁ ପ୍ରବେଶ ପାଇଁ ଚଳିତ ବର୍ଷ ଦିନବେଳା ପର୍ଯ୍ୟଟକମାନଙ୍କ ପାଇଁ ofline ପ୍ରବେଶ ପତ୍ର ବନ୍ଦ ରହିଛି, କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ, ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି, ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ ।ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ବୁକିଂ କରି ପାରିବେ, ଆଜି ଯଶିପୁର ଓ ପୀଠାବଟା ଠାରେ ପର୍ଯ୍ୟଟକଙ୍କୁ ବିପୁଳ ଭାବେ ସ୍ୱାଗତ କରାଯାଇଛି, ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ଜଙ୍ଗଲରେ ଜୀବଜନ୍ତୁ ଦେଖିବା ସହ ଜଙ୍ଗଲ ସଫାରୀର ମଜା ନେଇ ପାରିବେ, ଆଜି ପ୍ରଥମ ଦିନରେ ପର୍ଯ୍ୟଟକ ମାନଙ୍କୁ ବନବିଭାଗ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ସେମାନେ ବନବିଭାଗର ପଦକ୍ଷେପକୁ ପ୍ରଶଂସା କରିଛନ୍ତି।