ଗାଧୋଇବାକୁ ଯାଇ ପୋଖରୀରେ ନିଖୋଜ ହେଲେ ଯୁବକ | ହଁ ଆଜ୍ଞା କେସିଙ୍ଗା ଥାନା ଅଧୀନ ଉତ୍କେଲା ଫାଣ୍ଡି ଅଞ୍ଚଳରେ ଥିବା ଅମ୍ବାଜି ରୋକ୍ସ ଆଣ୍ଡ ମିନେରାଲ କମ୍ପାନୀ ରେ କାର୍ଯ୍ୟରତ ଯୁବକ ନିକଟରେ ଥିବା ପୋଖରୀ କୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ | ତାଙ୍କ ସାଙ୍ଗ ସାଥି ଓ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ |
ତେବେ ଅନେକ ସମୟ ବିତିଯାଇଥିବାରୁ ପରିବାର ଙ୍କୁ ଖବର ଦେବା ସହିତ କମ୍ପାନୀ ମାଲିକ ପକ୍ଷରୁ ନିକଟସ୍ଥ ଫାଣ୍ଡି ଏବଂ ଥାନା ରେ ଏକ ନିଖୋଜ ମାମଲା ରୁଜୁ କରୁଥିଲେ | ପୋଖରୀ ତୁଠରେ ତାଙ୍କ ପ୍ୟାଣ୍ଟ ସାର୍ଟ ଓ ଚପଲ ଥିବା ସାଙ୍ଗ ସାଥି ଓ ପରିବାର ଲୋକେ ଦେଖିଥିଲେ |
ସେହିପରି ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ଦଳ ପହଞ୍ଚି ଖୋଜା ଖୋଜି କରିଥିଲେ | ତେବେ ଦୁଇଦିନ ଧରି ଖୋଜା ଖୋଜି କରିବାପରେ ମଙ୍ଗଳବାର ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି |
ମୃତ ଯୁବକ ଜଣକ ହେଉଛନ୍ତି ନୟାଗଡ ଜିଲ୍ଲା ଦୁଖାପାଲି ଗାଁର ସୁଦର୍ଶନ ସାହୁ ବୋଲି ଜଣାପଡ଼ିଛି | ସୁଦର୍ଶନଙ୍କ ପରିବାରରେ ସ୍ତ୍ରୀ ଏବଂ ପୁଅ ଭାଙ୍ଗି ପଡିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |