କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମିଶନ ଶକ୍ତି ମହିଳା ଗୋଷ୍ଠୀ ସଂଘ ସଭାପତି ରିତାଞ୍ଜଳୀ କୁମ୍ଭାର ଏବଂ ସେକ୍ରେଟାରୀ ଭାଗ୍ୟବତୀ ସାହୁ ଙ୍କ ନେତୃତ୍ୱ ରେ ପାରିଶ୍ରମିକ ଅନୁଯାଇ ସ୍ଥାୟୀ ଦରମା ଦାବୀରେ କେସିଙ୍ଗା ବିଡ଼ିଓ ଏବଂ ବିପିଏମ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି | ଏଥିରେ କେସିଙ୍ଗା ବ୍ଲକ ୨୬ଟି ପଞ୍ଚାୟତ ର ସମସ୍ତ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ସମସ୍ତ କମ୍ୟୁନିଟି ଷ୍ଟାଫ ପ୍ରମୁଖ ଉପସ୍ଥିତ ରହି କେସିଙ୍ଗା ବ୍ଲକ ଅଫିସ ସାମ୍ନାରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି |

ତେବେ ସରକାର ଆମକୁ ଯେଉଁ କାମ ଦେଉଛନ୍ତି ଆମେ ତାହା କରୁଛୁ ହେଲେ ଲୋକଙ୍କ ସରକାର ଏବେ ଆମମାନଙ୍କୁ ଅଣଦେଖା କରୁଛନ୍ତି ବୋଲି କମ୍ୟୁନିଟି ଷ୍ଟାଫ ସିଧା ରାଜ୍ୟ ସରକାର ଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି | ସେହିପରି ସମସ୍ତ ମିଶନ ଶକ୍ତି କର୍ମୀ ସରକାର ଦେଇଥିବା ପ୍ରତ୍ୟେକ କାମକୁ ସୁଚାରୁରୂପେ ତୁଲାଉଛନ୍ତି ହେଲେ ବିଗତ ୬ମାସ ହେଲା ଆମର ଦରମା ବନ୍ଦ ଅଛି ଆମେ ଚଳିବୁ କେମିତି ବୋଲି ମିଶନ ଶକ୍ତି ମହିଳା ଗୋଷ୍ଠୀ ଏହିଭଳି ଅଭିଯୋଗ ଆଣି ସରକାରଙ୍କ ଉପରେ ଅଶାନ୍ତି ପ୍ରକାଶ କରିଛନ୍ତି | ଯଦି ଆଗକୁ ଆମର ଦାବୀ ପୂରଣ ନ କଲେ ଆମେ ସରକାର ଙ୍କ କୌଣସି କାମ କରିବୁ ନାହିଁ ଏବଂ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବୁ ବୋଲି କେସିଙ୍ଗା ବ୍ଲକ ୬ଟି କ୍ୟାଡର ର କମ୍ୟୁନିଟି ସପୋର୍ଟ ଷ୍ଟାଫ ସରକାର ଙ୍କୁ ରୋକଠୋକ ଶୁଣାଇଛନ୍ତି |