
ବୃକ୍ଷ ହେଉଛି ମାନବ ସମାଜର ପ୍ରାଣଦାତା ଓ ଅମ୍ଳଜାନର ମୂଳମନ୍ତ୍ର । ଏହାକୁ ଆଖିଆଗରେ ରଖି ବନ ବିଭାଗ ତରଫରୁ ଯାଜପୁର ରୋଡ ସାପଗଡ଼ିଆ ଠାରେ ଜାପାନୀ ଟେକ୍ନୋଲୋଜି ଦ୍ଵାରା ନିର୍ମିତ ଏକ ପ୍ଲାଣ୍ଟେସନ ନିର୍ମାଣର ଶୁଭାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ,ମାନବ ସମାଜର ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ଗୋଟେ ଦିନରେ ସାରା ରାଜ୍ୟରେ ୭୫ଲକ୍ଷ ବୃକ୍ଷ ରୋପଣ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ପରିବେଶର ଆବଶ୍ୟକତା ନିତ୍ୟାନ୍ତ ଆବଶ୍ୟକ ରହିଥବାରୁ ଯାଜପୁରରେ ଏଭଳି ଏକ ଅତ୍ୟାଧୁନିକ ନୂତନ ପକଳ୍ପ ର ଶୁଭ ଉଦଘାଟନ ହୋଇଥିବା ଦେଖିବାକୁ ମିଳିଛି। ଆଜି ବନ ବିଭାଗ ରେଞ୍ଜର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଏହି ଦିନକୁ ଉତ୍ସାହିତ ଭାବେ ପାଳନ କରିବା ପାଇଁ ସାରା ରାଜ୍ୟରେ ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ଗଛ ଲଗା କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, କଟକ ବନଖଣ୍ଡ ଅଧିକାରୀ ଅନିଲ କୁମାର ରାଏ ଓ ଏସଇଏଫ ସନ୍ତୋଷ କୁମାର ପତି ଯୋଗଦେଇ ଜିଲ୍ଲାକୁ ଚଳିତ ବର୍ଷ କିଭଳି ବନିକରଣ କରାଯିବ ଆଲୋଚନା ହୋଇଥିଲା l