
ସତ୍ୟ ନାରାୟଣ ମହାନନ୍ଦ(କଳାହାଣ୍ଡି): ଭବାନୀପାଟଣା ସଦର ଅଧୀନ କୁଳିଆମାଲ ପଞ୍ଚାୟତ ରେ ଜିଲ୍ଲା ପ୍ରଶାସନ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ଏହି ଅବସରରେ କୁଳିଆମାଳ ହାଇସ୍କୁଲ ରେ ଅନୁଷ୍ଠିତ ବୈଠକ ରେ କଳାହାଣ୍ଡି ରେ ଛଅ ଲକ୍ଷ୍ୟ ଗଛ ଲଗାଇ ଥିବା ସହ ଗ୍ରୀନ କଳାହାଣ୍ଡି କରିବା ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଥିଲେ |
ସେହିପରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ, ଏବଂ କୁଳିଆମାଲ ସରପଞ୍ଚ ଯାମିନୀ ସାହୁ ଦେଶ ସେବା ରେ ପ୍ରଧାନ ମନ୍ତ୍ରୀ ଙ୍କ ଅନେକ ଅବଦାନ ରହିଛି ବୋଲି ମତାମତ ରଖିଥିଲେ |
ଏଥିରେ ସିଡିଓ ଦୟାମୟ ପାଢ଼ୀ, ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ, ,ଉତ୍ତରାଞ୍ଚଳ ଡ଼ିଏଫଓ ରମେଶ କୁମାର ବିଷ୍ଣୋଇ, ଦକ୍ଷିଣାଞ୍ଚଳ ଡ଼ିଏଫଓ ଆର କାଳିଆ ବାଲନ,ସାଂସଦ ପ୍ରତିନିଧି ଜୟ ଶଙ୍କର ନାୟକ, ବିଜେପି ଜିଲ୍ଲା ସଭାପତି ଯୁଗଳ ପୋଢ଼, ଭବାନୀପାଟଣା ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଲି ସାହୁ, ଜିଲ୍ଲାପରିଷଦ ଦୟାନିଧି ନାଏକ,ସ୍କୁଲ ବିଇଓ, ଏବିଇଓ ଛାତ୍ରଛାତ୍ରୀ, ଏସଏଚଜି, ସିଆରପି ମହିଳା,ଅଙ୍ଗନବାଡି କର୍ମୀ, କୁଳିଆମାଳ ପଂଚାୟତ କର୍ତ୍ତୃପକ୍ଷ ଙ୍କ ସମେତ ବହୁ ଲୋକ ସାମିଲ ଥିଲେ |