ପାନ ଦୋକାନରୁ ଗଞ୍ଜେଇ ଜବତ

ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି | କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ର ମାଧପୁର ଗାଁରେ ଏକ ପାନ ଦୋକାନ ଉପରେ ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ | ଆଇଆଇସି ଶିବ ପ୍ରସାଦଙ୍କ ନିର୍ଦେଶ କ୍ରମେ ଏସଆଇ ହେମନ୍ତ ସାମଲ ଓ ଅନ୍ୟ କର୍ମଚାରୀ ମାନେ ଚଢ଼ାଉ କରି ୧କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୋକାନୀ ତପନ ବେହେରାଙ୍କୁ ଗିରଫ କରିଥିବା ଜଣା ପଡିଛି |

ଏନେଇ ପୋଲିସି ନିଜ ଆଡୁ ଏକ ମାମଲା ରୁଜୁ କରି ତପନଙ୍କୁ ଗିରଫ କରିବା ସେ କୋଟ ଚାଲଣ କରିଛି | ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପାଖାପାଖି ପନ୍ଦର ହଜାର ଟଙ୍କା ହେବ ବୋଲି ଟାଙ୍ଗୀ ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ସୂଚନା ଦେଇଛନ୍ତି | ଆଇଆଇସି ଶିବ ପ୍ରସାଦ ଭଦ୍ର ଙ୍କ ଏଭଳି ସାହସୀ କାଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମହିଳାଙ୍କ ମହଲରେ ଚର୍ଚ୍ଚା ହେଉଛି | ଆଇଆଇସି ଙ୍କର ଏଭଳି କାଯ୍ୟକୁ ଦେଖି ବେଆଇନି ଭାବେ ଚୋରା ଗଂଜେଇ ଏବଂ ମଦ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏକ ପ୍ରକାର ଛନକା ପଶିଛି | ଆଗକୁ ନିଶା ମୁକ୍ତ ଅଞ୍ଚଳ ହେବ ବୋଲି ଚର୍ଚ୍ଚା ହେଉଛି | ଯେଉଁ କାମ ଅବକାରୀ ବିଭାଗ କରିବା କଥା ସେ କାମ କରି ଦେଖାଇଛନ୍ତି ଚୌଦ୍ୱାର ଏବଂ ଟାଙ୍ଗୀ ପୋଲିସ |