ପବିତ୍ରଗୁରୁ ଦିବସରେ ଶିକ୍ଷାବିକାଶ ପରିଷଦ ପକ୍ଷରୁ ବୁଦ୍ଧରାଜା ସରକାରୀ ବିଦ୍ୟାପୀଠରେ ଷୋଡଶତମ ବାର୍ଷିକ ସମାରୋହ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦାନଗଦି ବିଡ଼ିଓ ପ୍ରଦୀପ କୁମାର ସେଠୀ ଯୋଗଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ପ୍ରଫୁଲ୍ଲ କୁମାର ଚକ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଵିଧିବଦ୍ଧ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ଉତ୍ସବ ଆରମ୍ଭରୁ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ଉଦେଶ୍ୟରେ ଆତ୍ମାର ସଦଗତି କାମନାରେ ୨ମିନିଟ ନୀରବ ପାର୍ଥନା କରାଯାଇଥିଲା ।
ଏହି ଅବସରରେ ପ୍ରଦୀପ ସେଠୀଙ୍କ ଦ୍ବାରା ମୁଖପତ୍ର”ଜ୍ୟୋତିପ୍ରଭା ପତ୍ରିକା “ଉନ୍ମୋଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ବିଡିଓ ଶ୍ରୀ ସେଠୀ ଶିକ୍ଷା ବିକାଶ ପରିଷଦ ଦାନଗଦୀର ଶିକ୍ଷକଙ୍କୁ ଏଭଳି କାର୍ଯ୍ୟକ୍ରମକୁ ପ୍ରସଂସା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କର ପ୍ରତିନିଧି ପ୍ରଶାନ୍ତ ରାୟ,ଶିକ୍ଷା ବିକାଶ ପରିଷଦର ସଭାପତି ପ୍ରଭାତ କୁମାର ପୃଷ୍ଟି,ସମ୍ପାଦକ ଗଣନାଥ ମହାରଣା,ଅତିଥି ଅକ୍ଷୟ କୁମାର ରାଉତ,ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ କୃତି ଛାତ୍ର ଛାତ୍ରୀ ଓ ଅଵସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା ।