ଗଣେଷ ପୂଜା ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

ଆରମ୍ଭ ହୋଇଛି ପାର୍ବଣ ଋତୁ । ସର୍ବାଗ୍ରେ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଷ । ଗଣେଷ ପୂଜାକୁ ନେଇ ଚଳ ଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ପାରାଦୀପରେ ପାଖାପାଖି ୪୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଷ। ସେହିପରି ବିଭିନ୍ନ ସ୍କୁଲ ମାନଙ୍କରେ ପୂଜା ପାଉଛନ୍ତି ବାବା ଗଣେଷ। ସକାଳୁ ସକାଳୁ ଛାତ୍ର,ଛାତ୍ରୀମାନେ ନୂତନ ପୋଷାକ ପରିଧ୍ୟାନ କରି ହାତରେ ଭୋଗସାମଗ୍ରୀ ଧରି ସ୍କୁଲରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାବା ଗଜାନନଙ୍କ ପୂଜା।

ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନିରେ ଆବାହନ କରାଯାଇଥିଲା ବାବା ଗଜାନନଙ୍କୁ। ହୋମ ଯଜ୍ଞରେ ପ୍ରକମ୍ପତ ହୋଇଥିଲା ପୂଜା ସ୍ଥାନ। ଛାତ୍ର,ଛାତ୍ରୀମାନେ ପୁଷ୍ପାଜଂଳି ଦେବା ସହିତ ନଡିଆ ଭାଙ୍ଗି ଗଜାନନଙ୍କ ସାନିଧ୍ୟ ଲାଭ କରିଥିଲେ। ଶେଷରେ ନିଜର ମନଷ୍କାମନା, ପରିବାରର ମଙ୍ଗଳ ଓ ସମାଜର ମଙ୍ଗଳ ପାଇଁ ବିଘ୍ନରାଜ ଗଣେଷଙ୍କ ନିକଟରେ ଆଳତି କରିବା ସହିତ ପ୍ରଣାମ କରିଥିଲେ ।