ଆପଣ ମାନେ ସାମ୍ବାଦିକ ଦେଖିଥିବେ ହେଲେ ଏଭଳି ନିଆରା ସାମ୍ବାଦିକ ଦେଖିନଥିବେ । ଆମେ କହୁଚୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ର ମାହାଙ୍ଗା ଡ଼ିଜିଟାଲ୍ ମିଡ଼ିଆ ଆସୋସେସନ୍ ର ସାମ୍ବାଦିକ ଭାଇ ମାନଙ୍କ କଥା ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଲୋକ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୁଧୁରିବା ସହିତ କାହାର ଦାନ୍ତ ଓପୋଡା ଯାଇଛି ତ କାହାର, ଆଖି କୁ ନ ଦେଖା ଯିବା ଭଳି ସମସ୍ୟା ର ସମାଧାନ କରାଯାଇଛି ।
ଏଭଳି ଅନେକ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁପୁର ପଂଚାୟତ ସ୍ଥିତ କୁସୁପୁର ଦଶହରା ପଡିଆ ଠାରେ ମାହାଙ୍ଗା ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ମାଗଣା ଦାନ୍ତ, ଚକ୍ଷୁ ଓ ହୋମିଓ ପଥିକ ରକ୍ତ ଶର୍କରା ପରିକ୍ଷଣ, ରକ୍ତଚାପ ପରିକ୍ଷଣ ଶିବିର ଆଦି ଅନୁଷ୍ଠିତ ହୋଇଯାଇଛି I
ଏହି ଶିବିରକୁ ମିଡ଼ିଆ ସଂଗଠନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅମରେନ୍ଦ୍ର ସିଂହ ଉଦଘାଟନ କରିବା ସହିତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।
ଏହି ଶିବିରରେ ଦୁଇ ଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ନାମ ପଞ୍ଜିକରଣ କରି ଆବଶ୍ୟକ ଚିକିତ୍ସା ସେବା ନେଇଥିଲେ। I ଏହି ଶିବିରରେ ଡାକ୍ତର ସରୋଜ କୁମାର ବେହେରା, ଡାକ୍ତର ଶୈଳଜା ପଣ୍ଡା, ଡାକ୍ତର ଅନିଶା ଦତ୍ତ, ଡାକ୍ତର ସହର୍ଷ ଭିର ଝା,ଡାକ୍ତର ନରେନ୍ଦ୍ର କୁମାର ସାହୁ, ଡାକ୍ତର ସୃତି ମଲିକ, ଡାକ୍ତର ଅଶୋକ କୁମାର ସାହୁ, ଡାକ୍ତର ଏସ. ଆର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ଶିବିରରେ ଯୋଗ ଦେଇଥିବା ରୋଗୀ ମାନଙ୍କ ଦାନ୍ତ, ଚକ୍ଷୁ ଓ ରକ୍ତ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I