
ପୁଣି ବିବାଦ ଘେରରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ… କହିଲେ ଲିଭଇନରେ ରୁହନ୍ତି କୁକୁର ବିଲେଇ …ଏ କଥାକୁ ନେଇ ତାତିଲେ ଲୋକେ .. ଦର୍ଶକବନ୍ଧୁ ବର୍ତ୍ତମାନ ଦେଶରେ ବୁଲା କୁକୁର ମାମଲା ବେଶ୍ ସରଗରମ ରହିଛି । ସୁପ୍ରିମକୋର୍ଟ ଏନେଇ ନିଜର ରାୟ ମଧ୍ୟ ପ୍ରକାଶ କରିଛନ୍ତି । ଆଉ ଏହାରି ଭିତରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୃନ୍ଦାବନର କଥାବାଚକ ଅନିରୁଦ୍ଧାଚାର୍ଯ୍ୟ । ପୂର୍ବରୁ ସେ ଝିଅମାନଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ ଦେଇ ବିବାଦକୁ ଚାଲି ଆସିଥିଲେ । ବର୍ତ୍ତମାନ ସେ ଲିଭ୍ ଇନ୍ ରିଲେସନସିପ୍ ଏବଂ କୁକୁର-ବିଲେଇଙ୍କୁ ନେଇ ଏମିତି କିଛି କଥା କହିଛନ୍ତି ଯାହା ଉପରେ ସୋସିଆଲ୍ ମିଡିଆରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଛି । କିଛି ଲୋକ ଏହି ମନ୍ତବ୍ୟକୁ ଗ୍ରହଣ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ନିନ୍ଦା କରୁଛନ୍ତି ।

କଥାବାଚକ ନିଜ ଟିପ୍ପଣୀରେ କହିଥିଲେ ଯେ ଲିଭ୍ ଇନରେ କୁକୁର-ବିଲେଇ ରୁହନ୍ତି , ଆମ ଦେଶର କୁକୁର ହଜାର ହଜାର ବର୍ଷ ଧରି ଲିଭ୍ ଇନରେ ରହି ଆସୁଛନ୍ତି । ଯାହା କୁକୁର ସମାଜର ପରମ୍ପରା । ଏହି ଟିପ୍ପଣୀକୁ ଅନେକ ଯୁବପିଢ଼ି ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବା ବେଳେ ବୟସ୍କ ସମାଜ ଏହାକୁ ଠିକ କଥା ବୋଲି କହିଛନ୍ତି । ନୋଏଡାର ଜଣେ ବ୍ୟକ୍ତି ବାବାଙ୍କର ଏହି ବୟାନକୁ ନିନ୍ଦା କରି କହିଛନ୍ତି ଯେ ଧର୍ମଗୁରୁମାନେ ଏଭଳି ବୟାନ ଦେବା ଅନୁଚିତ । ଏଭଳି ବୟାନ ଦ୍ବାରା ହିଁ ଯୁବସମାଜ ଧର୍ମକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରନ୍ତି । ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଅନିରୁଦ୍ଧାଚାର୍ଯ୍ୟଙ୍କ ଏଭଳି ବୟାନ ଉପରେ ଟିପ୍ପଣୀ ଦେଇ କହିଛନ୍ତି ବାବା ଏପଟସେପଟ କଥା କହି ନିଜର ହିଁ ଅପମାନ କରାଉଛନ୍ତି । କହିବା ପୂର୍ବରୁ ଥରେ ଭାବିବା ଉଚିତ୍ ।

ଲିଭ୍ ଇନ୍ ରିଲେସନସିପକୁ ସୁପ୍ରିମକୋର୍ଟ ଯେଉଁଠି ସପୋର୍ଟ କରନ୍ତି କଥାବାଚକ ଏଭଳି ଟିପ୍ପଣୀ ଦେବା କ’ଣ ଠିକ୍ ? କୁକୁର-ବିଲେଇଙ୍କ ନାଁ ନେଇ ଏଭଳି ଟିପ୍ପଣୀ ଦେବା ଆଦୌ ଠିକ୍ ନୁହେଁ । ଧର୍ମଗୁରୁ ମର୍ଯ୍ୟାଦାର ଧ୍ୟାନ ଦିଅନ୍ତୁ । ହିନ୍ଦୁ ଧର୍ମର ସଂସ୍କାର ଓ ରୀତିନୀତି ହିସାବରେ ବିବାହ ପୂର୍ବରୁ ଝିଅ-ପୁଅ ଲିଭ୍ ଇନରେ ରହିଲେ ତାହା ଭୁଲ୍ । କିନ୍ତୁ ଏହା ସେମାନଙ୍କ ବ୍ୟକ୍ତିଗତ ମତ , ଏଥିରେ କାହାକୁ ଟିପ୍ପଣୀ କରିବାର ଆବଶ୍ୟକତା ନାହିଁ । କଥାବାଚକଙ୍କ ଉଦ୍ଦେଶ୍ୟ ତ ଠିକ୍ ଥିଲା କିନ୍ତୁ କହିବାର ତରିକା ଠିକ୍ ନଥିଲା ।