ଶିଳ୍ପ ନଗରୀ ପାରାଦ୍ଵୀପରେ ସ୍ବାଧିନତା ଦିବସ ପାଳିତ

ବନ୍ଦର ଭିତ୍ତିକ ଶିଳ୍ପ ନଗରୀ ପାରାଦ୍ଵୀପ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ବିଭିନ୍ନ କମ୍ପାନୀ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଖୁବ୍ ଉତ୍ସାହର ସହ ଦେଶର ଏହି ମହାନ୍ ପର୍ବ ପାଳିତ ହୋଇଛି। ପାରାଦ୍ଵୀପ ବନ୍ଦର ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମ ରେ ଆୟୋଜିତ ମିଳିତ ପ୍ୟାରେଡରେ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଯୋଗଦେଇ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଦେଶର ଏକ ନମ୍ବର ମେଜର ପୋର୍ଟ ର ମାନ୍ୟତା ହାସଲ କରିଥିବା ପାରାଦ୍ଵୀପ ବନ୍ଦର ର କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ।

ସେହିପରି ପାରାଦ୍ଵୀପ ଇଫକୋ କାରଖାନା ପକ୍ଷରୁ ଆୟୋଜିତ ସ୍ବାଧିନତା ଦିବସ ଅବସରରେ ଇଫକୋ ୟୁନିଟ୍ ମୁଖ୍ୟ ପି କେ ମହାପାତ୍ର ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ଭାରତୀୟ କୃଷି କ୍ଷେତ୍ରକୁ ଇଫକୋ ର ଅବଦାନ ଓ କର୍ମଚାରୀ ମାନଙ୍କ ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ନାନୋ ଫର୍ଟିଲାଇଜର କୁ ନେଇ ଭାରତୀୟ କୃଷକ ମାନେ ସାରା ବିଶ୍ବରେ ନିଶ୍ଚିତ ଆଗୁଆ ହେବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଏହି ଅବସରରେ ଇଫକୋ ର ବିଭିନ୍ନ ବିଭାଗରେ ଭଲ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କୃତ କରିଥିଲେ।