ଉତ୍ତର ଘୁମୁସର ବନଖଣ୍ଡ ର ତାରାସିଂ ବନାଂଚଳ ର ବୁଢ଼ାବାର ଵନ ସୁରକ୍ଷା ସମିତି ଓ ଗ୍ରାମ ବିକାଶ ବିଦ୍ୟା ବିହାର ହାଇସ୍କୁଲ ଗାୟଗଣ୍ଡା ଅଧୁନା ଏକ ଉଲ୍ଲେଖନିୟ ପଦକ୍ଷେପ ସୃଷ୍ଟି କରିଛି । ବନ ବିଭାଗ ର ବନ ଉନ୍ନୟନ ପ୍ରକଳ୍ପ ଓ ସ୍ୱାତୀ ଅନୁଷ୍ଠାନ ର ମିଳିତ ସହଯୋଗ ରେ ମାଟି ଓ ଜୈବିକ ଖତର ସମିଶ୍ରଣ ରେ ବିହନଗୁଳା ପ୍ରସ୍ତୁତ କରି, ସୁଖାଇ ସେ ସବୁକୁ ଜଙ୍ଗଲରେ ପକାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ଏକ ପ୍ରଶଂସନିୟ ପଦକ୍ଷେପ ଅଟେ । ଗତ ମଙ୍ଗଳବାର ଦିନ ତାରାସିଂ ବନାଂଚଳ ଉନ୍ନୟନ ପ୍ରକଳ୍ପର ଗୋଟିଏ ବନ ସୁରକ୍ଷା ସମିତି ଯଥା ବୁଢ଼ାବାରି ସଭାପତି ରଞ୍ଜିତ ବାରିକ ଓ ଗ୍ରାମ ବିକାଶ ଵିଦ୍ୟା ବିହାର ହାଇସ୍କୁଲ ର ପ୍ରିନ୍ସିପାଲ ଲିଙ୍ଗରଜ ସାର୍, ସ୍କୁଲ ର ପ୍ରଧାନ ଶିକ୍ଷକ କାହ୍ନୁ ସାର୍, ନିତ୍ୟାନନ୍ଦ ସାର୍ ଙ୍କ ନେତୃତ୍ୱରେ ପୃଥକଭାବେ ୧୦୦ ରୁ ଉର୍ଦ୍ଧ ସଭ୍ୟ, ସଭ୍ୟା ସହିତ ସ୍କୁଲ ପିଲାମାନଙ୍କୁ ନେଇ ପାରମ୍ପରିକ ପଦ୍ଧତି ରେ ପୂଜା ବିଧି କରିବା ପରେ ପୂର୍ବ ପ୍ରସ୍ତୁତ ବିହନ ଗୁଳା କୁ ଧରି ହରିବୋଲ ହୁଳ ହୁଳି ଧ୍ୱନି ଦେଇ ଜଙ୍ଗଲ କୁ ପ୍ରବେଶ କରିଥିଲେ । ଜଙ୍ଗଲ ମଧ୍ୟରେ ମାଟି ଦେବତା ଓ ବୃକ୍ଷ ଦେବତା କୁ ପୂଜା କରି ଅନ୍ୟନ୍ୟ ୧୪୦୦ ବିହନ ଗୁଳା କୁ ଜଙ୍ଗଲର ଖାଲି ଥିବା ସ୍ଥାନରେ ବିକ୍ଷିପ୍ତ ଭାବରେ ପକାଇଥିଲେ । ଏହା କୁ ପ୍ରଥମ କରି ପରିକ୍ଷା ମୂଳକ ଭାବରେ ବ୍ୟବହାର କରାଯାଉଛି ବୋଲି ଉଭୟ ବନ ସୁରକ୍ଷା ସମିତି ର ସଭାପତି ଉଲେଖ କରିଛନ୍ତି । ସଭାପତି ଓ ଗ୍ରାମବାସୀ ଙ୍କ କହିବା ମୁତାବକ ବନ ବିଭାଗ ଅଧିକାରୀ ଙ୍କ ପ୍ରେରଣାରେ ଅନୁପ୍ରାଣିତ ହୋଇ ସ୍ୱାତୀ ଅନୁଷ୍ଠାନ ର ସହଯୋଗ ମାଧ୍ୟମରେ ପ୍ରଥମ ଥର ପାଇଁ ତାଲିମ ଗ୍ରହଣ କରି ଏହା କୁ ବ୍ୟବହାର କରାଯାଇଛି । ବନ ସୁରକ୍ଷା ସମିତି ର ସଭ୍ୟ ସଭ୍ୟା ମାନେ ମାଟି, ଗୋବର ଓ ଜିଆ ଖତ ସହିତ ଅସନ, ଚମ୍ପା, ଜାମୁ, ଲିମ୍ବ, ଦେବଦାରୁ, ପଣସ, ତେନ୍ତୁଳି, ଆତ ଓ କରଞ୍ଜ ଇତ୍ୟାଦି ମଞ୍ଜି କୁ ନେଇ ଗୁଳା ପ୍ରସ୍ତୁତ କରିଥିଲେ । ସ୍ୱାତୀ ଅନୁଷ୍ଠାନ ର ସଂପାଦକ ଇଂ ହରିଶଙ୍କର ରାଉତ ଙ୍କ ମତରେ ଏହା ଏକ ଅଭିନବ ପ୍ରୟାସ ଯାହା ଦ୍ୱାରା ବିନା ଖର୍ଚ୍ଚରେ ଜଙ୍ଗଲ ଦୃତଗତି ରେ ବୃଦ୍ଧି ଲାଭ କରିପାରିବ । ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ ଓ କାର୍ଯ୍ୟରତ ପ୍ରକଳ୍ପ କର୍ମକର୍ତା ଯୋଗେନ୍ଦ୍ରନାଥ ସ୍ୱାଇଁ, ମନୋରଂଜନ ପାଣି, ରାମଚନ୍ଦ୍ର ବାରିକ ଓ ରଞ୍ଜନ କୁମାର ବେହେରା ଙ୍କ ସହ ବନରଖି ସନ୍ତୋଷ କୁମାର ଗୌଡ ଓ ଵନପାଳ ସୁଭସ୍ମିତ ଦାସ ସିକ୍ଷା ପ୍ରଦାନ ସହିତ ଏହି ଅଭିନବ ଅଭିଯାନ ରେ ସାମିଲ ହୋଇଥିଲେ । ଗ୍ରାମର ଛୋଟ ପିଲା ମାନେ ଏହି ଅଭିଜାନ କୁ ଏକ ଖେଳଭଳି ଅନୁଭବ କରି ଖୁସି ବ୍ୟକ୍ତ କରିବା ସହିତ ଆଗାମି ବିଦ୍ୟାଳୟ ଛୁଟି ଦିନରେ ଏହାକୁ ଅଧିକ କରିବେ ବୋଲି ଆଗ୍ରହ ପ୍ରକାସ କରିଥିଲେ । ଆଗାମି ଦିନରେ ବିଭିନ୍ନ ପ୍ରାନ୍ତରେ ଏହା କୁ ଅଧିକ ରୁ ଅଧିକ କରିବା ପାଇଁ ପ୍ରକଳ୍ପ କର୍ମକର୍ତା ମାନେ ଖସଡା ପ୍ରସ୍ତୁତ କରିଥିଲେ । ଏହି ଅଭିଯାନ କୁ ତ୍ୱରାନିତ କରିବା ପାଇଁ ଉତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂସୁ ସେଖର ମହାନ୍ତି , ଏ.ସି,ଏଫ୍ ଡା.ରଶ୍ମିରଞ୍ଜନ ସ୍ୱାଇଁ ଓ ତାରାସିଂ ବନାଂଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମତ ବ୍ୟକ୍ତ କରିବା ସହିତ ସମସ୍ତ ବନ ସୁରକ୍ଷା ସମିତି କୁ ଏହି ଅଭିଯାନ ରେ ସାମିଲ ହେବା କୁ ଆହ୍ୱାନ କରିଥିଲେ । ଫଟୋ