ବିଭିନ୍ନ ନୂତନ ପ୍ରକଳ୍ପ ଉଦଘାଟନ କଲେ ଅଧ୍ୟକ୍ଷ ନୃପରାଜ ଯାଦବ

କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରର ୬ ନଂ ୱାର୍ଡର କଲୋନୀ ପଡା ଏବଂ ୧୧ ନଂ ୱାର୍ଡ ରେ ନବ ନିର୍ମିତ ବିଭିନ୍ନ ପ୍ରକଳ୍ପ କୁ ନଗରପାଳ ନୃପରାଜ ଯାଦବ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କ କରକମଳରେ ଉଦଘାଟନ କରିଥିଲେ |

ସେହିପରି ଆସନ୍ତା ମାସରେ ବଗାଡ ରେ ୧ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପ ଓ ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ନିରାଶ୍ରୟ ମାନଙ୍କ ପାଇଁ ଆଶ୍ରୟସ୍ଥଲି ଉଦଘାଟନ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ ।