RI, AMIN ପରୀକ୍ଷା ବାତିଲ ନେଇ ଚିନ୍ତା ରେ ପରୀକ୍ଷାର୍ଥୀ

RI, AMIN ପରୀକ୍ଷା ରେ ପ୍ରତି ବର୍ଷ ପ୍ରଶ୍ନ ପତ୍ର ଲିକ୍ ଘଟଣା କୁ ନେଇ ଚିନ୍ତା ରେ ପରିକ୍ଷାର୍ଥୀ। ସୂଚନା ଅନୁଯାୟୀ ଅଗଷ୍ଟ ମାସ ୧ ତାରିଖ ରେ RI, AMIN ପରୀକ୍ଷା ହେବ ବୋଲି ସମସ୍ତ ଛାତ୍ର ଛାତ୍ରୀ ଜୋର୍ ସୋର ରେ ପରିଶ୍ରମ କରୁଥିଲେ। କୌଣସି କାରଣରୁ RI, AMIN ପରୀକ୍ଷା ବାତିଲ ହେବାରୁ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ଉପଖଣ୍ଡ ରେ ପ୍ରତିବର୍ଷ ସହର ବାହାରେ କିମ୍ୱା ରାଇରଙ୍ଗପୁର ର ବିଭିନ୍ନ ସ୍ଥାନରେ ପିଲା ମାନେ RI, AMIN କୋଚିଙ୍ଗ ନେଇ ପାଠ ପଢ଼ିଥାନ୍ତି। ଆମେ ଦିନ ରାତି ପରିଶ୍ରମ କରି ପାଠ ପଢ଼ିବୁ ଓ ଠିକ୍ ପରୀକ୍ଷା ସମୟ ଆସିଲେ ପ୍ରତି ବର୍ଷ କିଛି ନା କିଛି କେଳେଙ୍କାରି ଘଟେ। ଆମ ମାନଙ୍କ ଭବିଷ୍ୟତ ସହ ଖେଳ ହେଉଛି।


ସବୁ ବର୍ଷ ପରୀକ୍ଷା ଆସିଲା ବେଳକୁ କୌଣସି ନ କୌଣସି ଅଘଟଣ ଘଟେ।କେତେ ବେଳେ ପ୍ରଶ୍ନ ପତ୍ର ଲିକ୍ତ ଆଉ କେତେ ବେଳେ ପରୀକ୍ଷା ବାତିଲ ।ପରିକ୍ଷାର୍ଥୀ ମାନେ ଏତେ ପରିଶ୍ରମ କରି ପାଠ ପଢ଼ିବେ ଆଉ ପ୍ରଶ୍ନ ପତ୍ର ଲିକ୍ ଓ ପରୀକ୍ଷା ବାତିଲ କାହିଁକି ହେଉଛି , କଣ ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି ଏଭଳୀ ମନ୍ତବ୍ୟ ଦେଇଛନ୍ତି ପରିକ୍ଷାର୍ଥୀ। ଆମେ ବାରମ୍ବାର ଏତେ ଖର୍ଚ୍ଚାନ୍ତ ଦେଇ ପାଠ ପଢି ପରୀକ୍ଷା ଦେଉଛୁ, ସରକାର ଆମ କଥା ଶୁଣିବା ଦରକାର।ସରକାର ଏଥି ପ୍ରତି ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ପରିକ୍ଷାର୍ଥୀ।