ଦୁର୍ଗମରେ ଝୁଣ୍ଟିଛି ବିକାଶର ଚିତ୍ର !

ନିୟମଗିରି ଡ଼ଙ୍ଗରିଆଙ୍କ ପାଖରେ ପହଞ୍ଚି ପାରୁନି ବିକାଶ ପଥ

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ପଞ୍ଚାୟତର ଡ଼ଙ୍ଗରିଆଙ୍କ ପାଇଁ ଅପହଞ୍ଚ ସରକାରଙ୍କ ଯୋଜନା। ଗାଁକୁ ନାହିଁ ରାସ୍ତା। ବେହାଲ୍ ହୋଇ ପଡ଼ିରହିଛି ରାସ୍ତା ଘାଟ। ଦୁର୍ଗମରେ ଝୁଣ୍ଟିଛି ବିକାଶର ଚିତ୍ର, ପ‌ହଞ୍ଚି ପାରୁନି ସରକାରଙ୍କ ବିକାଶ ଗାଡ଼ି। ରାସ୍ତା ସମସ୍ୟାରେ ଦୁର୍ଗମ ଡ଼ଙ୍ଗରିଆ ଅଞ୍ଚଳ ମୁନିଖୋଲ ପଞ୍ଚାୟତ ବାସୀ। ଚିନ୍ତାର କାରଣ ସାଜିଛି ମଣ୍ତା, ଗରର୍ଠା, ଟ୍ରହଲି, କୁଲେରପେଟା, ଭଡଭଡା, ବଡ଼ ଢେଙ୍ଗୁଣୀ, ସାନ ଢେଙ୍ଗୁଣୀ, ଧାମଣପଙ୍ଗା, କୋଟା, ଝିନିଗୁଡା, କୁଚେଲି, ଆମ୍ବଧୁନି, ଏଭଳି ଅନେକ ପ୍ରଭୃତି ଗାଁକୁ ରାସ୍ତା ଯାହା କେବଳ ସ୍ଵପ୍ନରେ ହିଁ ନିର୍ମାଣ ହେଉଛି। ଏହି ଅଞ୍ଚଳ ପାଇଁ ପକ୍କା ରାସ୍ତା ପାଲଟିଛି ମରଣଯନ୍ତା।

ରାସ୍ତା ଦେଉଛି ଜୀବନ ଯାପନର ଯନ୍ତ୍ରଣା। ଖାଲି ଯନ୍ତ୍ରଣା ଦେଉନି ଏଠି ପାଦେ ପାଦେରେ ର‌ହିଛି ବିପଦ। ମୁନିଗୁଡା ପୃତବିଭାଗ ଡାକବଙ୍ଗଳା ଟିକରପଡା ମୁନିଖୋଲ ପଞ୍ଚାୟତ ଠାରୁ ପ୍ରାୟ ୧୦ ରୁ ୧୨ କିମି ଘଞ୍ଚ ଜଙ୍ଗଲ ପାହାଡ଼ିଆ ଘେରରେ ରହିଛି ଅଙ୍କା ବଙ୍କା ପଥୁରିଆ ରାସ୍ତା। ଏହି ରାସ୍ତା ପାଇଁ ଆଜି ଯାଏ କୌଣସି ସରକାରୀ ବାବୁଙ୍କ ପାଦ ପଡିନି ଗାଁରେ। ଏହି ରାସ୍ତା ବିଷୟରେ ଅନେକ ଥର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ମଧ୍ୟ କୈଣସି ଲାଭ ହେଉନଥିବା ସଫା ସଫା ବଖାଣୁଛନ୍ତି ଅଞ୍ଚଳବାସୀ।

ସୂଚନା ଅନୁଯାୟୀ, ଗତ ୨୦୨୨ ମସିହାରେ ଏନ୍.ବି .ସି.ସି ଟେଣ୍ଡର ନେଇ ରାସ୍ତା କାମ ଆରମ୍ଭ ହୋଇଥିଲା ତାହା ୨୦୨୫ ମସିହାରେ ମଧ୍ୟ ସମ୍ପୂର୍ଣ୍ଣ ହେଇ ପାରିଲାନି। ଟଙ୍କା ହରିଲୁଟ୍ ବାଟମାରଣା କରିବା ପାଇଁ ଅଧା ରାସ୍ତା ପିଚୁ ପକାଇଥିଲେ ବିଭାଗୀୟ ଅଧିକାରୀ। ତାହା ପୁଣି ୬ ମାସରେ ଭିତରେ ରାସ୍ତାର ପିଚୁ ଉଠି ବେହାଲ୍ ହୋଇ ପଡ଼ିରହିଛି। ଏହି ଅଞ୍ଚଳ ପାଇଁ ସରକାର ଓପିଲିପି, ଡିକେଡିଏ ସଂସ୍ଥା ମାଧ୍ୟମରେ ଲୋକଙ୍କୁ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିଲେ ମଧ୍ୟ ପହଞ୍ଚି ପାରୁନି ସରକାରଙ୍କ ବିକାଶ। ଏହି ଦୁର୍ଗମ ଅଞ୍ଚଳ ବୋଲି ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କ ମଧୂଚନ୍ଦ୍ରିକାରେ ଲୋକଙ୍କ ବିକାଶ ନାଁରେ ବାଟମାରଣା କରି କୋଟି କୋଟି ଟଙ୍କା ଆତ୍ମସାତ୍ କରି ଲୁଟ୍ କରାଯାଉଥିବା ଦେଖିବାକୁ ମିଳୁଛି। ଏ ବିଷୟର ମତାମତ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫୋନ୍ ଯୋଗାଯୋଗ କରିଥିଲେ ମଧ୍ୟ କୈଣସି ଉତ୍ତର ମିଳି ପାରିନାହିଁ। ଏହି ଦୁର୍ଗମ ଅଞ୍ଚଳ ପାଇଁ ସରକାର କେବେ ଦୃଷ୍ଟି ଦେଇ ତଦନ୍ତ କରି ବିକାଶ ମୂଳକ କାର୍ଯ୍ୟ କରିବେ ତାହା ଦେଖିବାକୁ ବାକି ରହିଲା।