ମିଟର ଚେକିଙ୍ଗ ଆଳରେ ବିଦ୍ୟୁତ କର୍ମଚାରୀଙ୍କ ବଳାତ୍କାର ଉଦ୍ୟମ, ମାଡ ଖାଇ ବନ୍ଧା ହେଲେ

ମିଟର ଦେଖିବ କହି ଘରେ ପଶିଲା, ମହିଳାଙ୍କୁ ଏକୁଟିଆ ଦେଖି ବଳାତ୍କାର ଉଦ୍ୟମ କଲା, ମହିଳାଙ୍କ ପାଟି ଶୁଣି ଗାଁ ଓ ପରିବାର ଲୋକେ ଦୌଡ଼ି ଆସିଲେ, ବିଦ୍ୟୁତ କର୍ମଚାରୀକୁ ବାନ୍ଧିବା ସହ ଉତ୍ତମ ମଧ୍ୟମ ମଧ୍ୟ୍ୟ ଦେଲେ, ଏ କଥା ଆମେ କହୁନୁ, ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅଭିଯୋଗ କାରିଣୀ ମହିଳା।

ଖବର ପାଇ ଘଟଣା ସ୍ଥଳରେ ତିର୍ତୋଲ ପୋଲିସ ପହଂଚି ବିଦ୍ୟୁତ କର୍ମଚାରୀକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଅଭିଯୋଗ କାରିଣୀ ମଧ୍ୟ ଥାନାରେ ପହଞ୍ଚିଥିଲେ, ଅଭିଯୋଗ କାରିଣୀ ଓ ତାଙ୍କ ସ୍ୱାମୀ ଅଭିଯୋଗ ପାଇଁ ଥାନାର ଦ୍ୱାରସ୍ତ ହୋଇଥିବା ବେଳେ ଥାନାରେ ତାଙ୍କୁ ସାଧା ପୋଷାକ ରେ ଥିବା ଜଣେ ଥାନା ବାବୁ ନାଲି ଆଖି ଦେଖାଇ କହିଲେ ହେ ତୁ କୁଆଡେ ଆସିଛୁ, ୟାକୁ ଭିତରେ ପୁରାଇ ଦିଅ,କହି ଧମକାଇ ଦୁର୍ବ୍ୟବହାର କରିଥିଲେ। ପୀଡିତା ମହିଳା ଜଣକ ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ତ ହୋଇଥିବା ବେଳେ ଥାନା କର୍ମଚାରୀ ଙ୍କ ଦୁର୍ବ୍ୟବହାର କେତେ ଦୂର ଯଥାର୍ଥ, ଏଠି ପ୍ରଶ୍ନ ଉଠୁଛି ଯଦି ମହିଳା ମାନେ ନ୍ୟାୟ ପାଇଁ ଥାନାକୁ ଆସି ଦୁର୍ବ୍ୟବହାର ର ଶିକାର ହେବେ ତେବେ ସେମାନେ ପ୍ରାଥମିକ ଅଭିଯୋଗ ଫର୍ଦ କାହାକୁ ଦେଵେ ?

ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ପୋତା ନଈ ପଞ୍ଚାୟତ ପୋତା ନଈ ପଡା ଗ୍ରାମ କୋଠିଆ ସାହିରେ। ସୂଚନା ଅନୁଯାୟୀ, ତିର୍ତୋଲ ବ୍ଲକ ଅଧୀନ ଓଳଗଦା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଆଖଣ୍ଡଳମଣି ଠିକା ସଂସ୍ଥାର ରାହାମା ବିଦ୍ୟୁତ ଉପଖଣ୍ଡ ଅଧୀନରେ ଥିବା ବାଇଳୋ କାର୍ଯ୍ୟାଳୟରେ ବିଦ୍ୟୁତ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ମଧ୍ୟାହ୍ନ ସମୟରେ ମହିଳାଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ମିଟର ଦେଖିବା ଆଳରେ ବିଦ୍ୟୁତ କର୍ମଚାରୀ ଜଣକ ଘରେ ପଶି ବଳାତ୍କାର ଉଦ୍ୟମ କରୁଥିବା ବେଳେ ପାଟି ଶୁଣି ଗାଁ ଓ ପରିବାର ଲୋକେ ପହଂଚି ବିଦ୍ୟୁତ କର୍ମଚାରିକୁ ଅଟକ ରଖିବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଡକାଇ ଡାକ୍ତରୀ ପରୀକ୍ଷା କରାଇ ତଦନ୍ତ ଜାରି ରଖିଛି।

ଅନ୍ୟ ପକ୍ଷରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ସହ କର୍ମଚାରୀ ମାନେ ଥାନାରେ ପହଂଚି ଅଭିଯୋଗ କାରିଣୀ ମହିଳା ଓ ତାଙ୍କ ସ୍ୱାମୀଙ୍କ ନାଁରେ ପ୍ରଥମେ ଅଭିଯୋଗ କରିଥିବା ଜଣା ପଡିଛି। ବିଦ୍ୟୁତ ବିଭାଗ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିବା ବେଳେ ଶୁଣିବାକୁ ମିଳୁଛି କି ମିଟର ଟ୍ୟାମ୍ପରିଂ ଯୋଗୁଁ ପୂର୍ଵରୁ ଫାଇନ କରାଯାଇଥିଲା, ପୂର୍ବ ଆକ୍ରୋଶ ରଖି ମହିଳା ଜଣକ ଘରକୁ ଡକାଇ ମିଥ୍ୟା ଆରୋପ ଲଗାଇ ବାନ୍ଧି ମାଡ ମାରିଛନ୍ତି। ଦେଖିବାକୁ ବାକି ରହିଲା ଘଟଣାକୁ ବାଟବଣା ନ କରି ପୋଲିସ କି ନ୍ୟାୟ ଦେଉଛି।