ରାଉରକେଲା ସହରରେ ଥିବା ଏକ ସାମାଜିକ ଅନୁଷ୍ଠାନ ” ଉଦାର ହୃଦୟ ପରିବାର ତରଫରୁ ଗରୀବ ଓ ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଅଧ୍ୟକ୍ଷ ଦୀଲିପ କୁମାର ସାହୁଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ବିଜୟ ରଜକ , ଉପ ସଭାପତି ଅମର ମହାନ୍ତି , ସମ୍ପାଦକ ପ୍ରଶାନ୍ତ ସାମଲ , ସହ ସମ୍ପାଦକ ନୀଲୁ ବାରିକଙ୍କ ସମେତ ସଦସ୍ୟ ଲଲନ ଠାକୁର , ଉପସ୍ଥିତ ରହିଥିଲେ ।
ତେବେ ଉକ୍ତ କାର୍ଯ୍ୟକ୍ରମ ବିଭିନ୍ନ ସେକ୍ଟର, ଆମବଗାନ, ରେଳବାଇ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରେ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ କହିଛନ୍ତି ଆଗାମୀ ଦିନରେ ସମସ୍ତ ଅଞ୍ଚଳରେ ଯେପରି ଏହି ରନ୍ଧନ ଖାଦ୍ୟ ସମସ୍ତ ଅନାହାରଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଆମେ ପାରୁ ପର୍ଯ୍ୟନ୍ତେ ଚେଷ୍ଟା କରିବୁ ପହଞ୍ଚାଇବା ପାଇଁ । କେହି ଭୋକିଲା ନ ରହି ପେଟ ପୂରା ଖାଇବାକୁ ପାଆନ୍ତୁ ଏହାହିଁ ଆମର କର୍ତ୍ତବ୍ୟ ସହିତ ଅନୁଷ୍ଠାନର ଲକ୍ଷ ।