ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବନ୍ଧପାଳି ପଞ୍ଚାୟତ ମାଝୀମୁଣ୍ଡା ଗ୍ରାମର ଧର୍ମଦାଣ୍ଡି ନାଳରେ ଦୁଇଭାଇ ନିଖୋଜ l ମାଝୀମୁଣ୍ଡା ଗ୍ରାମର ଦୁଇଭାଇ ହେଉଛନ୍ତି ଟିକେଶ୍ୱର ବାରିକ ଓ ନିରଞ୍ଜନ ବାରିକ l ବିଲରେ କାମ ସାରି ଦୁଇ ଭାଇ ଆସି ଧର୍ମଦାଣ୍ଡି ନାଳକୁ ଗାଧୋଇବାକୁ ଆସିଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ପାଣି ସୁଅରେ ଭାସି ଯାଉଥିବା ଦେଖି ବଞ୍ଚାଇବାକୁ ଯାଇ ସାନ ଭାଇ ଭାସି ଯାଇଥିଲେ l ସ୍ଥାନୀୟ ଲୋକେ ଦୁଇ ଭାଇ ଭାସୁଥିବା ଦେଖି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ | ହେଲେ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ଉଦ୍ଧାର କରିବା ସମ୍ଭବ ନହେବାରୁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜା ଖୋଜି କରୁଛନ୍ତି l ପୋଲିସ ମଧ୍ୟ ଘଟଣା ସ୍ଥଳକୁ ଆସି ପହଞ୍ଚି ସାରିଥିବା ଦେଖାଦେଇଛି l