
ପ୍ରଚଣ୍ଡ ବନ୍ୟାରେ ଭାସୁଛି ଆମେରିକା , ହା ହା କାର ସ୍ଥିତିରେ ଲୋକେ , କାମ କରୁନି ସୁପର ପାୱାର , ରାଷ୍ଟ୍ରପତି ଟ୍ରମ୍ପଙ୍କ ଅକଲ୍ ଗୁଡୁମ । ଭାସି ଯାଉଛନ୍ତି ଲୋକେ , ବଞ୍ଚାଇପାରୁନି ସରକାର । ବିଶ୍ବ ଅର୍ଥନୀତିରେ ସର୍ବ ବୃହତ ରାଷ୍ଟ୍ର ଭାବେ ବେଶ ଜଣାଶୁଣା ଆମେରିକା ଏବେ ବନ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି । ଉଛୁଳା ପାଣିରେ ଭାସିଯାଉଛି ହଜାର ହଜାର କୋଟୀୟ ତାଙ୍କର ସମ୍ପତ୍ତି । ପ୍ରକୃତିର ତଣ୍ଡ ଆବ ଆଗରେ ଆଜି ହାର ମାନିଛି ସୁପର ପାୱାର । ଲଗାଣ ବର୍ଷ ପରେ ବେହାଲ ହୋଇପଡିଛି ସ୍ଥିତି ।

ରବିବାର କେନ୍ଦ୍ରୀୟ ଟେକ୍ସାସରେ ଘଟିଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ୮୨ ଜଣ ଲୋକଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି । ଯାହାକୁ ନେଇ ଏବେ ଭୟ ବଢିବାରେ ଲାଗିଛି । ଏହାକୁ ନେଇ କର୍ତ୍ତୃପକ୍ଷ ସତର୍କ କରାଇବା ଶହ କୁହାଯାଉଛି ଯେ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ । ଉଦ୍ଧାରକାରୀମାନେ ଏହି ଅଞ୍ଚଳରେ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି। ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବୋଟ୍ କହିଛନ୍ତି ଯେ ସାରା ରାଜ୍ୟରେ ଏଯାଏ ୪୧ ଜଣଙ୍କର ପତ୍ତା ମିଳିପାରି ନାହିଁ ଏବଂ ଆହୁରି ଅନେକ ନିଖୋଜ ରହିଥିବା ସନ୍ଦେହ କରାଯାଉଛି ।

ସେରିଫ୍ ଲାରି ଲିଥା କହିଛନ୍ତି ଯେ ଉଦ୍ଧାରକାରୀମାନେ ରବିବାର ସନ୍ଧାନ ସମୟରେ୨୮ ଜଣ ଶିଶୁ ସମେତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସମସ୍ତେ ନମିଳିବା ପର୍ଯ୍ୟନ୍ତ ଖୋଜା ଜାରି ରହିବ ବୋଲି ସେରିଫ୍ ପ୍ରତିଶ୍ରୁତି ଦେଇଛନ୍ତି। ଟେକ୍ସାସର ଜନ ସୁରକ୍ଷା ବିଭାଗର ନିର୍ଦ୍ଦେଶକ କର୍ଣ୍ଣେଲ ଫ୍ରିମ୍ୟାନ୍ ମାର୍ଟିନ ସତର୍କ କରାଇ ଦେଇଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି। ବର୍ନେଟ୍, କେଣ୍ଡାଲ୍, ଟମ୍ ଗ୍ରୀନ୍ ରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରସାଶନ ପକ୍ଷରୁ ସୂଚନା ମିଳିଛି ।

ଏକ ରିପୋର୍ଟ ଅନୁଯାୟୀ, ରାଜ୍ୟପାଳ ଆବଟ୍ ନାଗରିକମାନଙ୍କୁ ସତର୍କ କରାଇ କହିଛନ୍ତି ଯେ ଯେ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଳ ବର୍ଷାର୍ ଆଶଙ୍କା ରହିଛି ଯାହା ଆଗକୁ ଭୟଙ୍କର ବନ୍ୟା ସୃଷ୍ଟି କରିବ ବୋଲି ଜଣାପଡିଛି । ଏହି ସମୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଶୁକ୍ରବାର ଦିନ ଟେକ୍ସାସ ଗସ୍ତ କରିବେ। ଟ୍ରମ୍ପ ରବିବାର ଦିନ ବନ୍ୟାକୁ ଏକ ବଡ଼ ବିପର୍ଯ୍ୟୟ ଘୋଷଣା କରିଛନ୍ତି, ଟେକ୍ସାସରେ ଉଦ୍ଧାର କାର୍ଯ୍ୟ ପାଇଁ ଫେଡେରାଲ୍ ଜରୁରୀକାଳୀନ ପରିଚାଳନା ସଂସ୍ଥାକୁ ଆଦେଶ ଦେଇଛନ୍ତି । ଡ୍ରୋନ ସାହାଜ୍ୟରେ ଉଦ୍ଧାରକାରୀମାନେ ପୀଡିତମାନଙ୍କୁ ଖୋଜିବା କାରଜ୍ୟରେ ଲାଗିଛନ୍ତି । ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟର, ଡଙ୍ଗା ମୁତୟନ କରାଯାଇଛି । ଅଧିକାରୀଙ୍କ କହିବାନୁଯାୟୀ ପ୍ରଥମ 36 ଘଣ୍ଟା ମଧ୍ୟରେ 850 ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।