
କେନ୍ଦୁଝର ଜିଲା ହାଟଡିହି ଶିକ୍ଷା ସର୍କଲ ବୈଦଖିଅ ଆଶ୍ରମ ବିଦ୍ୟାଳୟରେ ବଜ୍ରାଘାତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ମନ୍ମଥ ଜେନାଙ୍କ ନେତୃତ୍ଵରେ ଛାତ୍ରଛାତ୍ରୀମାନେ କିପରି ବଜ୍ରାଘାତରେ ରକ୍ଷା ପାଇପାରିବେ କିପରି ସୁରକ୍ଷିତ ରହିପାରିବେ ତାହାକୁ ନେଇ ଆଲୋଚନା ହୋଇଥିଲା। ପରେ ଡିବେଟ କୁଇଜ ପ୍ରତିଯୋଗିତା ମଧ୍ୟ ହୋଇଥିଲା ଏହି ପ୍ରତିଯୋଗିତାରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୌରୀଡତ ମାଝୀ ଗଜେନ୍ଦ୍ର ପ୍ରସାଦ ଢାଂମୁରିୟା ଅମୀୟ ରଞ୍ଜନ ରାଉତ ଜଗନାଥ ବାରିକ ପ୍ରମୁଖ ଶିକ୍ଷକ ଉପସ୍ଥିତ ଥିଲେ .