ଅନ୍ତର୍ଜାତୀୟ ଯୋଗ ଦିବସରେ ସ୍ଵତନ୍ତ୍ର ଡାକ ରଦ୍ଦିକରଣ ଉନ୍ମୋଚିତ

ଅନ୍ତର୍ଜାତୀୟ ଯୋଗ ଦିବସରେ ଭୁବନେଶ୍ୱର ଡାକମଣ୍ଡଳ ତରଫରୁ ଏକ ସ୍ବତନ୍ତ୍ର ଡାକ ରଦ୍ଦିକରଣ ଫିଲଟେଲିକ ବ୍ୟୁରୋ, ଭୁବନେଶ୍ଵର ପ୍ରଧାନ ଡାକଘର ପରିସରରେ ଉନ୍ମୋଚିତ ହୋଇଯାଇଛି । ଦୈନନ୍ଦିନ ଜୀବନରେ ଯୋଗକୁ ଲୋକାଭିମୁଖୀ କରିବାରେ ଡାକ ବିଭାଗ ତରଫରୁ ଏହା ଏକ ଅଭିନବ ପ୍ରୟାସ । ଏହି ଅବସରରେ ସମ୍ମାନିତ ଅତିଥି ଶ୍ରୀ ତାରିଣୀ ଚରଣ ପାଢ଼ୀ, ବରିଷ୍ଠ ଅଧିକ୍ଷକ, ଭୁବନେଶ୍ୱର ଡାକ ମଣ୍ଡଳ, ଶ୍ରୀ ଅନିଲ ଧିର, ବରିଷ୍ଠ ଐତିହାସିକ ତଥା ଡାକଟିକଟ ସଂଗ୍ରହାକ, ଶ୍ରୀ ଦେବାଶିଷ ମିତ୍ର, ବରିଷ୍ଠ ଡାକଟିକଟ ସଂଗ୍ରାହକ, ଶ୍ରୀ ମୋହନ ସୁନା, ବରିଷ୍ଠ ଡାକପାଳ, ଭୁବନେଶ୍ୱର ପ୍ରଧାନ ଡାକଘର ପ୍ରମୁଖ ଯୋଗ ଦେଇ ଯୋଗର ଉପାଦେୟତା ସମ୍ଵନ୍ଧରେ ବର୍ଣ୍ଣନା କରିଥିଲେ । ବରିଷ୍ଠ ଡାକ ଟିକେଟ ସଂଗ୍ରାହାକ ଶ୍ରୀ ଅଜିତ କୁମାର ରାଉତ ରଦ୍ଦିକରଣ ର ରୂପରେଖ ପ୍ରସ୍ତୁତ କରିଥିଲେ । ଭୁବନେଶ୍ୱର ପ୍ରଧାନ ଡାକଘର ଉପ ଡାକପାଳ ଶ୍ରୀ ପରମେଶ୍ବର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।