ବେଟି ବଚାଅ ବେଟି ପଢାଅ, ଖାଲି ନାଁକୁ, ଝିଅ ଜନ୍ମ ମା’ ପାଇଁ ସାଜିଲା କାଳ

ଜଳେଶ୍ୱର ପୌରପରିଷଦର ଭାଇସ ଚେୟାରମାନ ପୁଷ୍ପ ପ୍ରିୟା କାମିଳାଙ୍କର ତୃତୀୟ ପୁତ୍ର ରିତେଶ କାମିଳାଙ୍କୁ ଚକ ବିଷ୍ଣୁ ଗ୍ରାମର ଜଳନ୍ଧର ପ୍ରଧାନଙ୍କର ଝିଅ ନମିତାଙ୍କ ସହିତ ଦୀର୍ଘ ୩ ବର୍ଷ ତଳେ ବିବାହ ହୋଇଥିଲା । ଗତ ୧୦ ଦିନ ତଳେ ନମିତାଙ୍କର ଏକ ଘରୋଇ ନର୍ସିହେମ୍‌ରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । କନ୍ୟା ଜନ୍ମ ହେବା ପରେ ଘରେ ସମସ୍ତେ ନମିତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ।

ଏନେଇ ନମିତା ବାପଘର ମଧ୍ୟ ଜଣାଇଥିଲେ । ଆଜି ସକାଳୁ ନମିତା ଘରେ ରଶିରେ ଝୁଲୁଥିବା ବେଳେ ପରିବାର ଲୋକେ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନମିତା ବେକରେ ରଶିଦେଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘର ଲୋକ କହୁଥିଲା ବେଳେ ନମିତା ଝିଅ ଜନ୍ମ କରିଥିବାରୁ ତାକୁ ଶାଶୁ ଘର ଲୋକ ନିର୍ଯାତନା ଦେଇ ମାରିଥିବା ନେଇ ବାପ ଘର ଲୋକ ଅଭିଯୋଗ ଆଣିଛନ୍ତି।

ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ସ୍ୱାମୀ ଜଳନ୍ଧର ଓ କକା ଶଶୁର ବସନ୍ତ କାମିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ସେପଟେ ଝିଅ ଘର ପରିବାର ପକ୍ଷରୁ ସାଇଣ୍ଟିଫିକ ଟିମକୁ ଖବର ଦେଇଛନ୍ତି। ତେବେ ତଦନ୍ତ ପରେ ଗୁମର ଫିଟିବ ବୋଲି କୁହାଯାଇଛି ।