
ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଜରେଡି ପଞ୍ଚାୟତର ତଳ ସିକାବାଡି ଗାଁରେ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି ଉପରେ ଲାଲ ପତାକା ପୋତିଲେ ଅଞ୍ଚଳ ବାସୀ। ସିକାବାଡି ଏକ ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ଘେରା ଭିତରେ ଅବସ୍ଥିତ। ଉକ୍ତ ଗାଁ ଦୁଇ ର୍ପାଶ୍ଵରେ ହାଡ଼ ପର୍ବତ ରହିଛି । ମଧ୍ୟମ ଯାଗା ରେ ୮୦ ଆଦିବାସୀ ପରିବାର ପୂର୍ବ କାଳରୁ ବସବାସ କରି ଆସୁଛନ୍ତି।ସମ୍ଭିଧାନ ର ୫ମ ଅନୁଛେଦ ରେ ଗାଁ ର ଆଦିବାସୀ ମାନେ ଜଙ୍ଗଲ ଜମି ପାଇବାର ଅଧିକାର ଥିଲେ ମଧ୍ୟ ପାଇ ପାରୁନାହାନ୍ତି। କିନ୍ତୁ ଏଠି ନିରିହ ଆଦିବାସୀ ବୋଲି ଲୋକ ମାନଙ୍କୁ ସରକାର ଠକି ଦେଇଛନ୍ତି। ଏଭଳି ଗୋଟିଏ ଗାଁ ରେ ନୁହଁ ରାୟଗଡ଼ା ଜିଲ୍ଲା ର ପ୍ରତେକ ଆଦିବାସୀ ଗାଁ ମାନଙ୍କରେ ଏଭଳି ଅବ୍ୟବସ୍ଥାରେ ରହିଥିବା ମଧ୍ୟ ଜଣାପଡ଼ିଛି।
ଆଦିବାସୀ ଅଞ୍ଚଳରେ ଅଣ ଆଦିବାସୀ ମାନଙ୍କ ପ୍ରବେଶ କୁ ସରକାର ସୁଯୋଗ ଦେଉଛନ୍ତି , ଯାହା ଫଳରେ ଆଦିବାସୀ ମାନେ ନିଜ ଜମି ର ଅଧିକାର ପାଇ ପାରୁନାହାନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ମାନଙ୍କୁ ଠକି ଅଣ ଆଦିବାସୀ ମାନଙ୍କ ଜମି ଥିଲେ ପଟା ରଦ୍ଧ କରିବା ପାଇଁ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ ଚଳିତ ମାସ ୬/୦୬/୨୫ ତାରିଖ ଦିନ କୋଲନରା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୨୧ ଦଫା ଦାବି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସେନେଇ କୈାଣସି ପ୍ରକାରେ ସରକାର ଙ୍କ ଦୃଷ୍ଟି ପଡିନଥିବା ଅଭିଯୋଗ କରି ଆଜି ନିଜେ ନିଜ ଜମି ଲାଲ୍ ପତକା ପୋତି ଥିବା ଦେଖିବାକୁ ମିଳୁଛି।
ଶହ ଶହ ବର୍ଷ ଧରି ଆଦିବାସୀ ମାନଙ୍କୁ ଅବହେଳା କରିଆସୁଥିବାରୁ ଆଦିବାସୀ ନିଜ ଜମି ନିଜର କରିନେଇଛନ୍ତି l ଆଦିବାସୀ ଅଞ୍ଚଳରେ ସରକାର କର୍ପୋରେଟ ମାନଙ୍କୁ ଜମି ଦେଉଥିବା ବେଳେ ଆଦିବାସୀ ମାନଙ୍କୁ ଅଣ ଦେଖା କରୁଛନ୍ତି l ଦଖଲ ଓ ଅଧିକାର କୁ ଶାଗୁଣା ପରି ଝାମ୍ପି ନେବା ପାଇଁ ଚେଷ୍ଟା କରୁଛନ୍ତି l ସରକାର ଓ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ଆଜି ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଓ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନିଶିକା, ୱାର୍ଡ ମେମ୍ଭର କ୍ରିଷ୍ଟା ପଦକା ଦାବି କରିଛନ୍ତି।