
ବରଗଡ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସରକାର ଲୋପ ପାଇଥିବା ପାରମ୍ପାରିକ ପୁଷ୍ଟିକର ଖାଦ୍ୟକୁ କିପରି ପୁଣିଥରେ ଲୋକେ ଗ୍ରହଣ କରିବେ ସେଥିପାଇଁ ଦୃଷ୍ଟି ଦେଇଛନ୍ତି । ଏଠାରେ ବରଗଡ ଜିଲ୍ଲାର ୧୨ ଗୋଟି ବ୍ଲକ ରୁ ୧୩ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ ପାରମ୍ପାରିକ ପିଠାମଣ୍ଡା, ରାଶି ଲଡୁ, ଆରିସା ପିଠା, କାକରା ପିଠା, ବିଭିନ୍ନ ପ୍ରକାର ଘର ତିଆରି ମିଠା ସହିତ ପଖାଳ,ଚିଙ୍ଗୁଡ଼ି,ମାଛ,ଚୁନା ମାଛ,ଅନ୍ୟାନ୍ୟ ଜିନିଷ ତିଆରି କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଅଷ୍ପିନୀ ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟକ ସନତ ଗଡତିଆ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ୍ ଯୋଗଦେଇଥିଲେ ।
ଏହି ପ୍ରତିଯୋଗିତାରେ ବରଗଡ ଜିଲ୍ଲାର ବରଗଡ,ବରପାଲି ,ଓ ବିଜେପୁର ର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ପ୍ରଥମ ଦୂତୀୟ,ତୃତୀୟ ହୋଇଥିଲେ। ଏହି ତିନି ସ୍ୱୟଂ ସହାୟକ ଗୋଷ୍ଠୀରାଜ୍ୟସ୍ତରୀୟ ଖାଦ୍ୟ ପ୍ରତିଯୋଗିତା କୁ ଯିବ।ପାଇଁ ବିବେଚିତ ହୋଇଛନ୍ତି।ଏବଂ ଏହି ତିନି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଆଉ ୧୦ ଜଣସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ବରଗଡ ପି ଡି ଲଲାଟ କୁମାର ଲୁହା ପୁଷ୍ପ ଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ପ୍ରକଳ୍ପ ଅଧିକାରୀ,ସି ଡି,ଓ,ଫୁଟ ଇନ୍ସପେକ୍ଟର ଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।