ସୁବର୍ଣ୍ଣପୁରରେ ଚାଳିଛି ବେଧଡକ ଚୋରାବାଲି କାରବାର

ସୁବର୍ଣ୍ଣପୁରରେ ବଢି ବଢି ଚାଲିଛି ବାଲି ମାଫିଆଙ୍କ ରାଜ୍। ସୁବର୍ଣ୍ଣପୁର ସଦର ମହକୁମାରୁ ୧୦ କିଲୋମିଟର ରେ ଅବସ୍ଥିତ ବୈଦ୍ୟନାଥ ଏବଂ ଲକର୍ମା ବାଲି ଘାଟ ରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ସୋନପୁର ଖଣି ବିଭାଗ, ପୋଲିସ ବିଭାଗ ଓ ପରିବହନ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡିଛି । ଗୋଟିଏ ଗାଡିର ଚାଲାଣ କାଟି ଥିବା ବେଳେ ଅନେକ ଗାଡ଼ି ରେ ଯାଉଛି ବାଲି ଅନ୍ୟ ଜିଲ୍ଲାକୁ।ଖଣି ବିଭାଗ ଅଧିକାରୀ ଚଞ୍ଚକତା ପୂର୍ବକ ଲାଞ୍ଚ ନେଇ ଖସେଇ ଦେଉଛନ୍ତି ବାଲି ଗାଡି ଗୁଡିକ ନ ଜାଣିଲା ପରି ହାଇୱା ବାଲି ଗାଡ଼ି। ଉକ୍ତ ଗ୍ରାମ କୁ ସହ ସହ ଗାଡ଼ି ଜାଇ ଲୋକଙ୍କୁ ଚାଲିବା, ଗାଧୋଇବା ରାସ୍ତା କୁ କରି ଦେଉଛନ୍ତି ଖାଲ ଢିପ ବିଭିନ୍ନ ସମୟ ରେ ଦ୍ରୁତ ଗ୍ରାମୀ ହାଇୱା ଗାଡି ଲାଗି ଗାଡି ଆକସ୍ମିକ ଦୁର୍ଘଟଣା ଶିକାର ହେଉଛନ୍ତି ଛୁଆ ବୁଢ଼ା ଏବଂ ସ୍ଥାନୀୟ ଲୋକ ମାନେ ରାସ୍ତାରେ ସ୍ଥାନୀୟ ଗ୍ରାମ ବାସି କହିବା ଅନୁସାରେ ଜିଲ୍ଲା ପାଳ କୁ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ପାରି ନାହିଁ । ପତିକ୍ରିୟା ରଖିଛନ୍ତି ଗଣ ମାଧ୍ୟମ ଆଗରେ ଗ୍ରାମ ବାସିମାନେ। ବିନା ସୂଚନା ଫଳକର ବିବରଣୀ ଦୃଶ୍ୟମାନ ହଉ ନାହିଁ । ସ୍ଥାନୀୟ ଲୋକଙ୍କୁ ବାଲି ମିଳୁନଥିବା ବେଳେ ସେପଟେ ବାହାର ଜିଲ୍ଲାକୁ ହାଇୱାରେ ବାଲି ହେଉଛି ଚୋରା ଚାଲାଣ। ବାଲି ମାଫିଆଙ୍କ ସକ୍ରିୟ ସମୟରେ କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ। ପରିବହନ ଅଧିକାରୀ ହେଲମେଟ ଚେକିଂରେ ବ୍ୟସ୍ତ ଥିଲା ବେଳେ ଉକ୍ତ ହାଇୱା ମାନଙ୍କୁ ଯାଞ୍ଚ ନ କରୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ହରଡଖୋଲ ଫାଣ୍ଡିରୁ ମାତ୍ର ଦୁଇ କିଲୋମିଟରରେ ଥିବା ବାଲି ଘାଟ ରୁ ଫାଣ୍ଡି ଅଧିକାରୀ ଙ୍କ ଗାଡ଼ି ପ୍ରତି ପିସି କାରବାର ସାଧାରଣରେ ଚର୍ଚ୍ଚା ।